fbpx

ଏସବିଆଇ ଗ୍ରାହକଙ୍କୁ ଝଟକା ! ଏତିକି ପ୍ରତିଶତ ମହଙ୍ଗା ହେଲା ହୋମ ଏବଂ କାର ଲୋନ୍

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲୁଥିବା ବେଳେ ଲୋକେ ବିଭିନ୍ନ ଜିନିଷ କିଣାକିଣି କରୁଛନ୍ତି । କାରଣ ଏହି ସମୟରେ ଅନେକ ଜିନିଷ ଉପରେ ରିହାତି ରହିଥାଏ । ଯାହାଫଳରେ ଲୋକେ ଏହି ସମୟରେ ଅନେକ ଜିନିଷ କିଣିଥାନ୍ତି । କିନ୍ତୁ ବର୍ତ୍ତମାନ ଆର ବି ଆଇ ର ରେପୋ ରେଟ୍ ବୃଦ୍ଧି ହେତୁ ଏହା ଲୋକଙ୍କୁ ଲାଭ ପରିବର୍ତ୍ତେ କ୍ଷତିରେ ପକାଇଛି । ଖାସ କରି ଘର ଏବଂ କାର କିଣିବାକୁ ଚାହୁଁଥିବା ବ୍ୟକ୍ତିମାନେ କ୍ଷତି ସହିବାକୁ ଯାଉଛନ୍ତି । କାରଣ ଏହି ରେପୋ ରେଟ୍ ବୃଦ୍ଧି ହେତୁ ଏହା ବିଭିନ୍ନ ବ୍ୟାଙ୍କ ଉପରେ ପ୍ରଭାବ ପକାଇଛି । ଯାହାଫଳରେ ବ୍ୟାଙ୍କଗୁଡିକ ସେମାନଙ୍କ ଲୋନ ପ୍ରତିଶତ ବୃଦ୍ଧି କରିଛନ୍ତି ।

ତେବେ ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ତାର ଏକ୍ସଟ୍ରନାଲ ବେଞ୍ଜମାର୍କ ଲୋଡିଙ୍ଗ ରେଟ୍ (EBLR) ଏବଂ ରେପୋ ଲିଙ୍କ ଲୋଡିଙ୍ଗ ରେଟ୍ (RLLR)କୁ ୫୦ ପ୍ରତିଶତ ଆଧାରରେ ବୃଦ୍ଧି କରିଛି । ଯାହାଫଳରେ ବ୍ୟାଙ୍କରୁ ଲୋନ ନେଉଥିବା ବ୍ୟକ୍ତିମାନେ ଏବଂ ନୂତନ ଗ୍ରାହକମାନଙ୍କୁ ଏହା ଏକ ବଡ ଝଟକା ଦେଇଛି । ସୁଧ ହାରରେ ପରିବର୍ତ୍ତନ ପରେ ବ୍ୟାଙ୍କର EBLR ବର୍ତ୍ତମାନ ୮.୫୫ ପ୍ରତିଶତ ଏବଂ ଆର୍ ଏଲ ଏଲ ଆର୍ ୮.୧୫ ପ୍ରତିଶତ ରହିଛି । ତେବେ ଏହି ନୂତନ ହାର ବ୍ୟାଙ୍କ ଗୁଡିକରେ ୧ ଅକ୍ଟୋବରରୁ କାର୍ଯ୍ୟକାରୀ ହୋଇଛି । ତେବେ ଏତତ୍ ବ୍ୟତୀତ ଏସବିଆଇରେ ଆପଣଙ୍କର ଯଦି ହୋମ ଲୋନ୍ ଅଛି, ତେବେ ଏଥିପାଇଁ ଆପଣଙ୍କୁ ୦.୫୦ ପ୍ରତିଶତ ସୁଧ ଦେବାକୁ ପଡିବ । ଯାହାକି ରେପୋରେଟ୍ ବୃଦ୍ଧି ପରେ ବୃଦ୍ଧି ପାଇଛି ।

ବ୍ୟାଙ୍କ ଦ୍ୱାରା ବୃଦ୍ଧି ପାଇଥିବା ଏହି ସୁଧ ହାର ଉଭୟ ନୂତନ ଏବଂ ବିଦ୍ୟମାନ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ବର୍ତ୍ତମାନ ଏହି ବିଦ୍ୟମାନ ଲୋକଙ୍କୁ ନୂଆ ନିୟମ ଜରୁରରୀ ହୋଇ ନଥିବା ବେଳେ ପୁନଃ ସେଟ୍ ତାରିଖ ଠାରୁ ନୂତନ ହାର ଆପଣଙ୍କ ପାଇଁ ପ୍ରଯୁଜ୍ୟ ହେବ । ତେବେ ଏହି ପୁନ ସେଟ୍ ତାରିଖ ହେଉଛି ସେହି ଦିନ ଯେତେବେଳେ ବ୍ୟାଙ୍କ ଆପଣଙ୍କୁ ଦିଆଯାଇଥିବା ଋଣର ସୁଧ ହାର ସମୀକ୍ଷା କରେ । ଏହା ସାଧାରଣତ ଏକ ବର୍ଷର ବ୍ୟବଧାନରେ ହୋଇଥାଏ ।

Get real time updates directly on you device, subscribe now.