fbpx

ପ୍ରବଳ ବର୍ଷାରେ ଜାରି ରହିଲା ରାହୁଲ ଗାନ୍ଧୀଙ୍କ ସମ୍ବୋଧନ, ମନେ ପଡିଗଲା ୨୦୧୯ ର ଶରଦ ପାୱାରଙ୍କ କଥା

ବାଙ୍ଗଲୋର: ବିଜେପି ଶାସିତ କର୍ଣ୍ଣାଟକରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ତିନି ଧରି ଜାରି ରହିଛି। ରବିବାର ରାହୁଲ ଗାନ୍ଧୀ ନଜମଗଡ଼ ସ୍ଥିତ ପ୍ରସିଦ୍ଦ ଶ୍ରୀକାନ୍ତେଶ୍ୱର ସ୍ୱାମୀ ମନ୍ଦିରରେ ଦର୍ଶନ କରିଥିଲେ। ଏହାପରେ ସନ୍ଧ୍ୟା ସମୟରେ ରାହୁଲ ଗାନ୍ଧି ମହୀଶୂର ସ୍ଥିତ ଏପିଏମସି ପଡ଼ିଆରେ ଏକ ରାଲିକୁ ସମ୍ବୋଧନ କରୁଥିଲେ। ଏହି ସମୟରେ ହଠାତ୍ ପ୍ରବଳ ବର୍ଷା ହୋଇଥିଲା। ହେଲେ ରାହୁଲ ବର୍ଷାକୁ ଖାତିର ନକରି ତାଙ୍କର ଭାଷଣ ଜାରି ରଖିଥିଲେ। ରାହୁଲ ତାଙ୍କ ସମ୍ବୋଧନରେ ‘ବିଜେପି’ ଏବଂ ‘ଆରଏସଏସ’କୁ ଜୋରଦାର ଟାର୍ଗେଟ୍ କରିଥିଲ।

ଏହି ସମୟର ଭିଡିଓକୁ ରାହୁଲ ଗାନ୍ଧୀ ନିଜେ ଟୁଇଟରରେ ସେୟାର କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ସ୍ମୃତିକୁ ଫେରାଇ ଆଣିଛି। ୨୦୧୯ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଶରଦ ପାୱାର ପ୍ରବଳ ବର୍ଷକୁ ଖାତିର ନକରି ସତରାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଠିକ୍ ସେହିପରି ରାହୁଲ ଗାନ୍ଧୀଙ୍କ ସହ ଘଟିଛି ଏବଂ ସେ ମଧ୍ୟ ସମାନ କଥା କହିଛନ୍ତି। ରାହୁଲ କହିଛନ୍ତି ଯେ ଭାରତକୁ ଏକଜୁଟ କରିବା ଠାରୁ ଆମକୁ କେହି ଅଟକାଇ ପାରିବେ ନାହିଁ। ଭାରତର ସ୍ୱର ଉତ୍ତୋଳନ କରିବା ଠାରୁ ଆମକୁ କେହି ଅଟକାଇ ପାରିବେ ନାହିଁ। କନ୍ୟାକୁମାରୀରୁ କାଶ୍ମୀରକୁ ଯିବ, ଭାରତ ଯୋଡ ଯାତ୍ରାକୁ କେହି ଅଟକାଇ ପାରିବେ ନାହିଁ।

ରାହୁଲ ଗାନ୍ଧୀଙ୍କ ଭିଡିଓ ସାମ୍ନାକୁ ଆସିବା ମାତ୍ରେ କଂଗ୍ରେସ ଦଳର ନେତାମାନେ ତାଙ୍କ ପ୍ରଶଂସା କରିବା ଆରମ୍ଭ କରି ଦେଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ରାହୁଲ ଗାନ୍ଧୀଙ୍କ ଏକ ସାଧାରଣ ସଭାରେ ବର୍ଷରେ ଭିଯୁଥିବା ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ ଗାନ୍ଧୀ ଜୟନ୍ତୀ ସନ୍ଧ୍ୟାରେ ମହୀଶୂରରେ ପ୍ରବଳ ବର୍ଷା ସତ୍ତ୍ୱେ ରାହୁଲ ଗାନ୍ଧୀ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି। ଭାରତକୁ ଘୃଣା ବିରୁଦ୍ଧରେ, ବେକାରୀ ଏବଂ ମୁଦ୍ରାସ୍ଫୀତି ବିରୁଦ୍ଧରେ କହିବାରେ କୌଣସି ଶକ୍ତି ଭାରତ ଯୋଡା ଯାତ୍ରାକୁ ରୋକି ପାରିବ ନାହିଁ।

Get real time updates directly on you device, subscribe now.