fbpx

Anti Ragging ରୋକିବାକୁ ଗାଇଡଲାଇନ୍ସ ଜାରି କଲା UGC: କଲେଜ, ୟୁନିଭରସିଟିରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ: ଆଣ୍ଟି ରାଗିଂ ପାଇଁ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏନେଇ ୟୁଜିସି ଦ୍ୱାରା ଏକ ଆଣ୍ଟି ରାଗିଂ କମିଟି ମଧ୍ୟ ଗଠନ କରାଯାଇଛି । ଏଥିସହିତ ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ଭାବେ ଆଲୋଚନା ଓ କାଉନସେଲିଂ କରାଯିବା ସହ ହଷ୍ଟେଲ ନିରୀକ୍ଷଣ କରାଯାଇ କ୍ୟାମ୍ପସ ସମସ୍ୟାର ସମାଧାନ କରାଯିବ । ଆଣ୍ଟିଂ ରାଗିଂ ସଚେତନତା ପୋଷ୍ଟରରେ କଲେଜଗୁଡ଼ିକ ୟୁଜିସିର ୱେବସାଇଟ www.ugc.ac.in ଓ www.antiragging.in ଲେଖିବାକୁ ପଡ଼ିବ ।

ୟୁଜି, ପିଜି କୋର୍ସରେ ଆଡମିସନ ନେଇ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁଜିସି ଆଣ୍ଟି ରାଗିଂ ଗାଇଡଲାଇନ୍ସ ଜାରି କରିଛି । ୟୁଜିସି ପକ୍ଷରୁ ନୋଟିସ ଜାରି କରାଯାଇ ସମସ୍ତ ୟୁନିଭରସିଟି, ଆଇଆଇଟି, ଆଇଆଇଏମ, ମେଡିକାଲ, ଟେକ୍ନିକାଲ, ଲ’ କଲେଜକୁ ଗାଇଡଲାନ୍ସ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଇଡଲାଇନ୍ସ ଲାଗୁ କରିବା ପାଇଁ ଆଣ୍ଟି ରାଗିଂ କମିଟି ମଧ୍ୟ ଗଠନ କରାଯିବ ।

କ୍ୟାମ୍ପସର ଯେଉଁ ସ୍ଥାନରେ ସିଧାସଳଖ ନଜର ପଡ଼ୁନଥିବ ସେ ସ୍ଥାନରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ । ଆଣ୍ଟି ରାଗିଂ କମିଟି ଓ ଆଣ୍ଟି ରାଗିଂ ସ୍କ୍ୱାଡଙ୍କୁ ସୋସିଆଲ ମିଡ଼ିଆର ଗାଇଡଲାଇନ୍ସ ନେଇ ସୂଚନା ଦେବାକୁ ପଡ଼ିବ । ଆଣ୍ଟିଂ ରାଗିଂ ନିୟମ ବିଷୟରେ କ୍ୟାମ୍ପସରେ ବ୍ୟାନର୍ସ ବା ପୋଷ୍ଟର୍ସ ଲଗାଇବାକୁ ପଡ଼ିବ । କଲେଜକୁ ନିଜର ୱେବସାଇଟରେ ଆଣ୍ଟି ରାଗିଂ କମିଟି ଅଫିସରଙ୍କ ଠିକଣା ଓ ଫୋନ ନମ୍ବର ଅପଡେଟ୍ କରିବାକୁ ପଡ଼ିବ । ନିୟମିତ ବ୍ୟବଧାନରେ କଲେଜରେ ଆଣ୍ଟି ରାଗିଂ କର୍ମଶାଳା, ସେମିନାର ଓ ଅନ୍ୟ କ୍ରିଏଟିଭିଟି କରାଯିବ ।

Get real time updates directly on you device, subscribe now.