fbpx
BJD SKY
BJD SKY

ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଁଚିଲେ ପରମ ଭକ୍ତ, ଦୁର୍ଲଭ ଦୃଶ୍ୟ ଦେଖି ଲୋକେ ବିଭୋର

BJD

ଭଦ୍ରକ: ଭଗବଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତମାନେ ମନ୍ଦିର ଆସିଥାନ୍ତି। ଯାହା ପ୍ରାୟତଃ ସାଧାରଣ କଥା ଲାଗେ। କିନ୍ତୁ ଏମିତି ଦୃଶ୍ୟ ଖୁବ କାମ ଦେଖିବାକୁ ମିଳେ ଯେ, ଭଗବାନଙ୍କ ପ୍ରିୟ ଭକ୍ତ ବା ତାଙ୍କର ବାହାନ ପ୍ରଭୁଙ୍କ ଦର୍ଶନ ପାଇଁ ଆସି ମନ୍ଦିରରେ ପହଁଚିଛି। ଏଭଳି ଏକ ଦୁର୍ଲଭ ଓ ଆଶ୍ଚର୍ଯ୍ୟକର ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତର ନୌରଙ୍ଗପୁର ଗ୍ରାମର ପ୍ରଭୁ ଲଙ୍ଗଳେଶ୍ୱରଙ୍କ ମନ୍ଦିରରେ।

ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ଷଣ୍ଢଟି ମହାଦେବଙ୍କ ସାମ୍ନାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏପରି କେବେ ଘଟିବାର ନଜିର ନଥିବା ବେଳେ ଲୋକେ ଏହାକୁ ଭକ୍ତ ଭଗବାନଙ୍କ ମିଳନର ଅପୂର୍ବ ମିଳନ ବୋଲି କହିଛନ୍ତି। ତେବେ ମନ୍ଦିର ବେଢାରେ ପାଚେରୀ ନାହିଁ। ତେଣୁ ଅନେକ ସମୟରେ ବୁଲା ଗୋରୁ, ଛେଳି, ମାଙ୍କଡ଼ ଆଦି ବେଢ଼ାରେ ଆଶ୍ରା ନିଅନ୍ତି। କାଲି ରାତିରେ ପାଗ କୋହଲା ଥିଲା, ବର୍ଷା ମଧ୍ୟ ଝିପିରି ଝିପିରି ପଡୁଥିଲା। ହୁଏତ ଷଣ୍ଢଟି ବେଢ଼ାକୁ ସୁରକ୍ଷିତ ମନେ କରି ଆଶ୍ରା ନେଇଥିବା ବୋଲି ମଧ୍ୟ ଲୋକେ କହୁଥିଲେ।

ତେବେ ପୁରାଣରେ ମହାଦେବଙ୍କ ଷଣ୍ଢ/ନନ୍ଦୀ ଶିବଙ୍କର ପରମ ଭକ୍ତ ବୋଲି ଆମେ ଜାଣିଛେ। ତେଣୁ ଧର୍ମୀୟ ଭାବନା ଅନୁସାରେ ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ସ୍ୱାଭାବିକ। ପୁରାଣ ଅନୁଯାୟୀ ଶିବଙ୍କର ବାହନ ହେଉଛନ୍ତି ନନ୍ଦୀ। ମହେଶ୍ବର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଉପଶକ୍ତି, ଅନ୍ୟାୟ ଓ ଅନୀତିକୁ ଦୂର କରି ସଂସାରକୁ ସୁଖ ପ୍ରଦାନ କରିଥାନ୍ତି। ନନ୍ଦୀ ଶିବଙ୍କର ପ୍ରଧାନ ପାର୍ଶ୍ଵଚର ଅଟନ୍ତି। ତେଣୁ ସବୁ ଶିବ ମନ୍ଦିରର ସମ୍ମୁଖରେ ନନ୍ଦୀଙ୍କୁ ବୃଷଭ ରୂପରେ ସ୍ଥାପିତ ହେବାର ଦେଖିବାକୁ ମିଳିଥାଏ। ତେବେ ଆପଣ ଏମିତି ଦୃଶ୍ୟ ଖୁବ କାମ ଦେଖିଥିବେ ଯେ ଏକ ଷଣ୍ଢ/ବୃଷଭ ସଶରୀରରେ ଆସି ଭଗବାନଙ୍କ ଦର୍ଶନ କରୁଥିବାର।

Get real time updates directly on you device, subscribe now.