ମୁମ୍ବାଇ: ଅଭିନେତା ଅମିର ଖାନ୍ ଏବଂ କିଆରା ଆଡଭାଣିଙ୍କ ଏକ ବିଜ୍ଞାପନ ଏବେ ଖୁବ୍ ଭାଇରାଲ ହେଉଛି। ଦୁହେଁ ଏହି ଭିଡିଓରେ ବର-କନ୍ୟା ବେଶରେ ନଜର ଆସିଛନ୍ତି। ଏହି ବିଜ୍ଞାପନ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମଧ୍ୟ କରୁଛନ୍ତି। ବର୍ତ୍ତମାନ ଏହି ବିଜ୍ଞାପନ କଥିତ ଭାବରେ ଧର୍ମୀୟ ଭାବନାକୁ ଆହତ କରିବା ଅଭିଯୋଗରେ ସୋସିଆଲ ମିଡିଆରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ହିନ୍ଦୁ ଧର୍ମୀୟ ଭାବନାକୁ ଆହତ କରିବା ପାଇଁ ଏହି ବିଜ୍ଞାପନକୁ ପ୍ରସ୍ତୁତ କରାଯାଇଛି ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି। ଏକ ବ୍ୟାଙ୍କର ଏହି ବିଜ୍ଞାପନ କରିବା ପରେ ଅମିର ଖାନ୍ ଏବଂ କିଆରା ଆଡଭାନୀଙ୍କୁ ଏବେ କିଛି ଲୋକଙ୍କ ଦ୍ୱାରା ସମାଲୋଚନାର ଶିକା ହେବାକୁ ପଡୁଛି। ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ବୁଧବାର କହିଛନ୍ତି ଯେ, ବଲିଉଡ ସୁପରଷ୍ଟାର ଅମିର ଖାନଙ୍କୁ ଧର୍ମୀୟ ଭାବନାକୁ ଆହତ ପହଞ୍ଚାଇବା ଭଳି ବିଜ୍ଞାପନରୁ ଦୂରେଇ ରହିବା ଉଚିତ୍।
ବିଜ୍ଞାପନରେ ଅମିର ଖାନ ଏବଂ କିଆରା ଆଡଭାନୀ ଏକ ନବବୀବାହିତ ବେଶରେ ଦେଖିବାକୁ ମିଳୁଛନ୍ତି। ବିବାହ ସରିବା ପରେ ଦୁହେଁ ପେରିବା ସମୟରେ ଚର୍ଚ୍ଚା କରୁଛନ୍ତି ଯେ, ସେମାନେ ବିଦାୟୀ ସମୟରେ କାହିଁକି କାନ୍ଦିଲେ ନାହିଁ। ଏଥିରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ, ଦୁଇ ନବବିବାହିତ ଘରେ ପହଞ୍ଚିବା ପରେ ପାରମ୍ପାରିକ ରିତିନୀତି ବିପରିତ ଯାଇ ଘରେ ପ୍ରଥମେ ବର ପାଦ ରଖିଥାଏ। ମିଶ୍ର କହିଛନ୍ତି, ‘ମୁଁ ଆମୀର ଖାନଙ୍କ ଏକ ବିଜ୍ଞାପନ ଦେଖିଛି। ଭାରତୀୟ ପରମ୍ପରା ଏବଂ ରୀତିନୀତିକୁ ଦୃଷ୍ଟିରେ ରଖି ଏଭଳି ବିଜ୍ଞାପନ ନକରିବାକୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି।’
विज्ञापनों और फिल्मों में भारतीय परंपराओं और रीति-रिवाजों को तोड़-मरोड़ कर प्रस्तुत करने से धार्मिक आस्थाएं आहत होती हैं।
फिल्म अभिनेता #AamirKhan जी को इसका ध्यान रखकर विज्ञापन करना चाहिए। pic.twitter.com/f7zUSkTnrp
— Dr Narottam Mishra (@drnarottammisra) October 12, 2022
ଏହାପୁର୍ବରୁ କାଶ୍ମିର ଫାଇଲ୍ସ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ବିଜ୍ଞାପନର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ବ୍ରାଣ୍ଡର ସାମାଜିକ ସକ୍ରିୟତା ଉପରେ ପ୍ରଶ୍ନ ଉଠାଇବା ସହିତ ଏହାର ଆଲୋଚନା କରିଥିଲେ। ଏବଂ ଏହାର ନିର୍ମାତାଙ୍କୁ “ମୁର୍ଖ’ ବୋଲି ମଧ୍ୟ କହିଥିଲେ। ନାମିଦାମୀ ଲୋକମାନଙ୍କ ବାଦ୍ ଅନ୍ୟ ସାଧାରଣ ଲୋକମାନେ ମଧ୍ୟ ଏହି ବିଜ୍ଞାପନର ବିରୋଧ କରିଥିଲେ। ଏମିତିକି କିଛି ଲୋକେ ଏହା ମଧ୍ୟ କହିଛନ୍ତି ଯେ, ଏହାର ବିରୋଧରେ ସମ୍ପୃକ୍ତ ବ୍ୟାଙ୍କରେ ସେମାନେ ନିଜର ଖାତା ବନ୍ଦ କରିଦେବେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବାିବାଦକୁ ନେଇ ବ୍ୟାଙ୍କ କତ୍ତୃପକ୍ଷ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।
I just fail to understand since when Banks have become responsible for changing social & religious traditions? I think @aubankindia should do activism by changing corrupt banking system.
Aisi bakwaas karte hain fir kehte hain Hindus are trolling. Idiots.pic.twitter.com/cJsNFgchiY— Vivek Ranjan Agnihotri (@vivekagnihotri) October 10, 2022