(Video) ଏହି ସାପକୁ ଦେଖିଲେ ଡରିଯାଆନ୍ତି ସ୍ୱୟଂ ଯମରାଜ: ଗୋଟିଏ କାମୁଡାରେ ୧୦୦ ଜଣଙ୍କର ମୃତ୍ୟୁ ହୁଏ

ଦୁନିଆରେ ଅନେକ ପ୍ରକାରର ବିଷଧର ସାପ ଦେଖିବାକୁ ମିଳେ । କେବଳ ଭାରତରେ ୬୯ ପ୍ରକାରର ସାପ ଦେଖିବାକୁ ମିଳେ ଯାହା ଅତ୍ୟନ୍ତ ବିପଜ୍ଜନକ ଓ ବିଷାକ୍ତ । ସେଥିମଧ୍ୟରୁ ୨୯ ଟି ପ୍ରଜାତି ସାମୁଦ୍ରିକ ସାପ ହୋଇଥିବାବେଳେ ୪୦ ଟି ପ୍ରଜାତି ସ୍ଥଳଭାଗରେ ବାସ କରୁଛନ୍ତି । ଏହି ବିପଦପୂର୍ଣ୍ଣ ସାପ ଖାସ କରି ଲୋକଙ୍କ ପାଇଁ ଖୁବ୍ ଭୟଙ୍କର ଓ ବିଷାକ୍ତ । ଯଦି ଏହି ବିଷାକ୍ତ ସାପ ମଣିଷକୁ କାମୁଡ଼େ, ତେବେ ଏଥିରୁ ରକ୍ଷା ପାଇବା ବହୁତ କଷ୍ଟକର । କିନ୍ତୁ ଏମିତି ଏକ ସାପ ଅଛି ଯାହାର ଗୋଟିଏ କାମୁଡାରେ ଏକାସାଙ୍ଗରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଯାଏ ।

ବିଷଧର ସାପ ଲିଷ୍ଟରେ ସର୍ବ ପ୍ରଥମେ ଆସୁଛି କୋବ୍ରା । ଏହା ଅତ୍ୟଧିକ ବିଷାକ୍ତ ଏବଂ ଏହି ଫିଲିପିନ ପ୍ରଜାତିରେ ସର୍ବାଧିକ ବିଷ ମିଳିଥାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଫିଲିପିନ ପ୍ରଜାତିର କୋବ୍ରା ଶିକାରକୁ କାମୁଡ଼େ ନାହିଁ, ବରଂ ଏହା ତାର ଶିକାର ଉପରେ ବିଷକୁ ସ୍ପ୍ରେ କରେ । ଯାହାକି ଜଣେ ବ୍ୟକ୍ତିର ନିଶ୍ୱାସ ଏବଂ ହୃଦୟକୁ ପ୍ରଭାବିତ କରିଥାଏ । ଭାରତୀୟ କୋବ୍ରା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ ।

ଇନଲ୍ୟାଣ୍ଡ ତାଇପନ୍ ସାପ ସ୍ଥଳ ଭାଗରେ ବାସ କରେ, ଯାହା ଖୁବ ବିଷାକ୍ତ ହୋଇଥାଏ । ଏହି ସାପର କାମୁଡ଼ାରେ ପ୍ରାୟ ୧୦୦ ମିଲିଗ୍ରାମ ବିଷ ରହିଥାଏ, ଯାହା ଗୋଟିଏ ଷ୍ଟ୍ରୋକରେ ୧୦୦ ଜଣଙ୍କୁ ମାରିବାର କ୍ଷମତା ରଖିଥାଏ । ଏହି ସାପର ବିଷ କୋବ୍ରା ଅପେକ୍ଷା ୫୦ ଗୁଣ ଅଧିକ ବିଷାକ୍ତ । ତେବେ ଏହା ପ୍ରାୟତଃ ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି । ଏହି ସାପକୁ ଅଷ୍ଟ୍ରେଲିଆରେ ଦଣ୍ଡରବିଲା ମଧ୍ୟ କୁହାଯାଇଥାଏ ।

ସ- ସ୍କେଲ୍ଡ ଭାଇପର । ଏହି ସାପ ମଧ୍ୟ ଖୁବ୍ ଭୟଙ୍କର ଓ ବିଷାକ୍ତ । ଏହି ସାପର ଗୋଟିଏ କାମୁଡ଼ାରେ ୭୦ ମିଲିଗ୍ରାମ ବିଷ ଥାଏ । ଏହାର ୫ ମି.ଗ୍ରା ବିଷ ଜଣେ ସାଧାରଣ ମଣିଷକୁ ଗୁରୁତର ଭାବରେ ଆଘାତ ଦେଇପାରେ । ତେବେ ବର୍ତ୍ତମାନ ଆପଣ ବୁଝିପାରୁଥିବେ ଏହି ସାପ କେତେ ବିପଦପୂର୍ଣ୍ଣ ।

ବ୍ଲାକ ମାମ୍ବା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସାପ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଚାଲିଥାଏ । ବ୍ଲାକ ମାମ୍ବା ଏହାର ଶିକାର ମଧ୍ୟରୁ ୧୦ ରୁ ୧୨ ଥର କାମୁଡ଼େ ଏବଂ ଶରୀରରେ ୪୦୦ ମି.ଗ୍ରା ବିଷ ଛାଡିଥାଏ । ଯେଉଁଥିରୁ ବଞ୍ଚିବା ବହୁତ କଷ୍ଟକର ହୋଇପଡେ ।

ଇଷ୍ଟର୍ନ ଟାଇଗର ସାପର ବିଷରେ ଏକ ବିପଜ୍ଜନକ ଜିନିଷ ମିଳିଥାଏ ଯାହା ମଣିଷ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏମିତିକି ଏହା ରକ୍ତ ଜମାଟ ବାନ୍ଧିବା ସହିତ ଏବଂ ସ୍ନାୟୁ ପକ୍ଷାଘାତକାରୀ ମଧ୍ୟ । ଇଷ୍ଟର୍ନ ଟାଇଗର ସାପ ମୁଣ୍ଡ ଏବଂ ବେକକୁ ଚଟାଣ ସହିତ ଲଗାଇ ଶିକାରକୁ ଆକ୍ରମଣ କରେ । ତେବେ ଏହି ସାପ ଗୁଡ଼ିକ ହେଉଛନ୍ତି ପୃଥିବୀର ସବୁଠାରୁ ଭୟଙ୍କର ସାପ । ଯାହା କାମୁଡ଼ିଲେ କୌଣସି ବ୍ୟକ୍ତି ବଞ୍ଚିବା ସମ୍ଭବ ହୁଏ ନାହିଁ ।