fbpx

ଜନ୍ମ ପ୍ରମାଣପତ୍ର ସହ ମିଳିବ ଆଧାର ନମ୍ବର: ୧୬ ରାଜ୍ୟରେ ପ୍ରସ୍ତୁତି ଜାରି

ନୂଆଦିଲ୍ଲୀ: ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନାମାନ କରୁଛନ୍ତି । ଖାସ କରି ଗର୍ଭବତୀ ମହିଳା ଏବଂ ଶିସୁମାନଙ୍କ ପାଇଁ ସରକାର ଜନ୍ମରୁ ହିଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥାନ୍ତି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ନବଜାତ ଶିଶୁମାନଙ୍କୁ ନେଇ ସରକାର ଏକ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ଦେଶରେ ଏକ ଶିଶୁ ଜନ୍ମ ହେବା ମାତ୍ରେ ତାକୁ ଜନ୍ମପ୍ରମାଣ ପତ୍ର ସହିତ ଆଧାର ନମ୍ବର ମଧ୍ୟ ଦିଆଯିବ । ତେବେ ଏହି ଆଧାର ନମ୍ବର ଦେବା କାମ ଦ୍ରୁତ ଗତିରେ ଚାଲିଛି । ଆସନ୍ତା କିଛି ମାସ ମଧ୍ୟରେ ଏହା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାର ଆଶା ରଖାଯାଇଛି । ବର୍ତ୍ତମାନ ୧୬ ଟି ରାଜ୍ୟରେ ଏହି କାର୍ଯ୍ୟ ଚାଲିଛି ଏବଂ କେତେକ ସ୍ଥାନରେ ଜନ୍ମ ପ୍ରମାଣପତ୍ର ସହିତ ଆଧାର ନମ୍ବର ମଧ୍ୟ ଦିଆଯାଉଛି ।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ର ସରକାରୀ ସୁତ୍ରରୁ ଏହା ଜଣା ପଡିଛି ଯେ ଦେଶର ୧୬ ଟି ରାଜ୍ୟରେ ଶିଶୁ ଜନ୍ମ ହେବା ସହିତ ପଞ୍ଜୀକରଣ ସୂଚନା UIDAIନିକଟରେ ପହଞ୍ଚି ଯାଇଥାଏ । ବର୍ତ୍ତମାନ ଏହି ଆଧାର ନମ୍ବର ଦେବାକୁ ନେଇ ଯେଉଁଭଳି ଭାବରେ ପ୍ରସ୍ତୁତି ଚାଲିଛି, ଏହା ଜଣାପଡୁଛି ଯେ ଆସନ୍ତା କିଛି ମାସ ମଧ୍ୟରେ ଶିଶୁର ଜନ୍ମ ପ୍ରମାଣପତ୍ର ସହିତ ଆଧାର ନମ୍ବର ସାରା ଦେଶରେ ଉପଲବ୍ଧ ହେବ ।

ତେବେ ପିଲାକୁ ଯେତେବେଳେ ୫ ବର୍ଷ ଏବଂ ୧୫ ବର୍ଷ ବୟସ ଅତିକ୍ରମ କରିବ ସେତତେବେଳେ ପିଲାର ବାୟୋମେଟ୍ରିକ୍ସ ଯଥା ଫିଙ୍ଗର ପ୍ରିଣ୍ଟ ଏବଂ ଆଇରିସ୍ ଭଳି ପରିଚୟ ଆଧାର ନମ୍ବର ସହିତ ଲିଙ୍କ କରାଯିବ । ଏତତ୍ ବ୍ୟତୀତ ସରକାର ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନଙ୍କ ଆଧାର ୧୦ ବର୍ଷରୁ ଅଧିକ ପୁରୁଣା, ସେମାନେ ନିଜ ଆଧାର ଅପଡେଟ୍ କରିବା ଆବଶ୍ୟକ । UIDAI ଦ୍ୱାରା ଏହା ପ୍ରୟାସ କରାଯାଉଛି ଯେ ଦେଶର ସମସ୍ତ ଆଧାର କାର୍ଡରେ ଥିବା ତଥ୍ୟ ସମ୍ପୂର୍ଣ୍ଣ ରୂପେ ସଠିକ୍ ଥିବା ଉଚିତ୍ । ସେଥିପାଇଁ ୧୦ ବର୍ଷ ପୁରୁଣା ଆଧାରରେ ଠିକଣା ଏବଂ ଅନ୍ୟାନ୍ୟ ସୂଚନା ଅପଡେଟ୍ କରିବାର ବିକଳ୍ପ ଦିଆଯାଉଛି ।

Get real time updates directly on you device, subscribe now.