fbpx

ପଦବୀ ଠାରୁ ମୋର ସ୍ଵାଭିମାନ ବଡ଼ , କୌଣସି ଚାପରେ ଆସି ନିଷ୍ପତି ପରିବର୍ତ୍ତନ କରିବି ନାହିଁ :ରାଜୁ ଦାସ

ଭଦ୍ରକ:ଧାମନଗର ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବର୍ତ୍ତମାନ ଘନେଇବାରେ ଲାଗିଲାଣି ।ଉପନିର୍ବାଚନରେ ଦିନକୁ ଦିନ ନୂଆ ଘଟଣା ତଥ୍ୟ ସାମ୍ନାକୁ ଆସୁଛି ।ତେବେ ଆଜି ହେଉଛି ଉପ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ। ଧାମନଗର ମାଟି ପାଇଁ ଚଳିତ ବର୍ଷ ୪ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହା ଭିତରେ ସ୍ୱାଧୀନରୁ ରାଜେନ୍ଦ୍ର ଦାସ,ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବାଜୀ ସେଠୀ ଏବଂ ବିଜେପିରୁ ସୂର୍ଯ୍ୟବଂଶୀ ସୁରଜ ନାମାଙ୍କନ ପତ୍ର ଭରିଛନ୍ତି ।

ଉପନିର୍ବାଚନ ଲଢ଼ିବା ପାଇଁ ବିଜେଡି ପକ୍ଷରୁ ଟିକେଟ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ରାଜୁ ଦାସ । ସ୍ୱାଭିମାନ ମାଟି ଧାମନଗର ପାଇଁ ସ୍ୱାଭିମାନୀ ଲଢ଼େଇ ଲଢ଼ିବେ ରାଜୁ । ତେବେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ତାଙ୍କ ନାମରେ ଖୁବ ଚର୍ଚ୍ଚା ହେଉଥିବା ବେଳେ ଆଜି ସିଧା ସିଧା ପ୍ରତ୍ୟାହାର ପାଇଁ ନା କରି ଦେଇଛନ୍ତି । ସେ କହିଛନ୍ତି ମୁଁ କୌଣସି ପଦବୀ ଲୋଭ କିମ୍ବା ଚାପରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବି ନାହିଁ । ବର୍ତ୍ତମାନର ସ୍ଥିତିରେ ନିର୍ବାଚନ ପ୍ରଚରେ କିଏ ଜୋର ସୋର କରିବ ତାହା ଉପରେ ଅଧିକ ନଜର ରହିଥିବା ବେଳେ ଧାମନଗରବାସୀ କାହା ଉପରେ ନିଜର ଆସ୍ଥା ପ୍ରକଟ କରିବେ ତାହା ଦେଖିବା ବାକି ରହିଲା ।

 

Get real time updates directly on you device, subscribe now.