fbpx

ମଣିଷ ହାଡରୁ ୪ ଲକ୍ଷ ଟଙ୍କାର ହ୍ୟାଣ୍ଡବ୍ୟାଗ୍ ତିଆରି କଲେ ଧନୀ ଡିଜାଇନର, ତାତିଲେ ଲୋକେ

ଜଣେ ଧନୀ ଡିଜାଇନର ଏପରି ଏକ ହ୍ୟାଣ୍ଡବ୍ୟାଗ ବିକ୍ରି କରୁଛନ୍ତି, ଯେଉଁଥିରେ ମଣିଷର ମେରୁଦଣ୍ଡ ଓ କୁମ୍ଭୀରର ଜିଭ ବ୍ୟବହାର ହୋଇଛି । ଏହି ଡିଜାଇନର ବ୍ୟାଗର ଦାମ୍ ୩ ଲକ୍ଷ ୮୧ ହଜାର ଟଙ୍କାରୁ ଅଧିକ ରଖିଛି । ରିପୋର୍ଟ ମୁତାବକ, ଇଣ୍ଡୋନେସିଆରେ ରହୁଥିବା ଏହି ଡିଜାଇନର ଦାବି କରିଛନ୍ତି ଯେ, ସେ କାନାଡାରୁ ମଣିଷର ହାଡ କିଣିଥିଲେ, କିନ୍ତୁ ସେ କୌଣସି କାଗଜପତ୍ର ଦେଖାଇବାକୁ ମନା କରିଥିଲେ । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଡିଜାଇନରଙ୍କ ନାମ ଅର୍ନୋଲ୍ଡ ପୁଲଟ୍ରା ହୋଇଥିବା ବେଳେ ସେ ଇଷ୍ଟ୍ରାଗ୍ରାମରେ ‘ରିଚ୍ କିଡ୍ସ’ର ଗ୍ରୁପରେ ସାମିଲ ଅଛନ୍ତି । ସେ ପ୍ରାୟତଃ ନିଜର ଗ୍ଲାମରସ୍ ଲାଇଫର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି ।

ତେବେ ଅର୍ନୋଲ୍ଡ ୨୦୧୬ରେ ଆମେରିକାର ଲସ୍ ଆଞ୍ଚେଲସରେ ଏହି ବ୍ୟାଗକୁ ତିଆରି କରିଥିଲେ । ଏହି ବାବଦରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ରାଗିଯାଇଛନ୍ତି ।

Get real time updates directly on you device, subscribe now.