fbpx

ସାରଙ୍କୁ ଘାରିଛି ନାଲିପାଣି ନିଶା; ପିଲାଙ୍କୁ ନ ପଢାଇ ଅଚିନ୍ତାରେ ମାଷ୍ଟରଜୀ

ବଲାଙ୍ଗିର: ନିଶାରେ ମାତାଲ ସାର୍ । ସାର୍ କିଛି କରି ପାରୁନାହାନ୍ତି । ଖାଲି ଶୋଇ ରହୁଛନ୍ତି । କର ବି ଟିକେ ଲେଉଟଉ ନାହାନ୍ତି । ପିଲାମାନେ ଏଠି ପାଠ ପଢୁଛନ୍ତି କିନ୍ତୁ ଆଜ୍ଞା, ସାର୍ ଏଠି ଟିକେ ନାଲି ପାଣି ପିଇ ଆରାମରେ ଶୋଇଛନ୍ତି । ଦୁନିଆ ସିନା ଭାସିଯାଉ ହେଲେ ବାବୁ ଜଣକ ଶାନ୍ତିରେ ନିଘୋଡ ନିଦରେ ଶୋଇଛନ୍ତି ତାହା ପୁଣି ନାଲି ପାଣି ମାରି । ଶ୍ରେଣୀ ଗୃହକୁ ଆସି ପିଲାଙ୍କୁ ଏ ବିଷୟରେ ପଚାରିବା ବେଳେ ବି ସାରଙ୍କ ନିଦ ଭାଙ୍ଗୁନି । କେମିତି ଭାଙ୍ଗିବ ଅବା ସାର କଣ ନିଦରେ ଶୋଇଛନ୍ତି ଯେ ନିଦ ଭାଙ୍ଗିବ । ସେ ପରା ନାଲି ପାଣି ଚଢାଇ ଦେଇ ଶୋଇଛନ୍ତି ।

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଅଗଲପୁର ବ୍ଲକ ଡୁଡୁକାମୁଣ୍ଡା ଗାଁର ସରକାରୀ ପ୍ରଥମିକ ବିଦ୍ୟାଳୟରେ ।ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସରକାରୀ ବିଦ୍ୟାଳରେ ପ୍ରଥମରୁ ପଞ୍ଚମ ଶ୍ରେଣୀଯାଏଁ ରହିଥିବାବେଳେ ଏଠାରେ ୨ ଟି ଶିକ୍ଷକ ରହିଛନ୍ତି । କୁନ୍ତୁ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଦିନ ମଦ ପିଇ ନିଶାଶକ୍ତ ଅବସ୍ଥାରେ ସ୍କୁଲ ଆସିଥାନ୍ତି । ତେବେ ତାଙ୍କର ଏପରି ବ୍ୟବହାର ଦେଖି ଅନେକ ଛାତ୍ର ଛାତ୍ରୀ ଭୟରେ ବିଦ୍ୟାଳୟ ଆସୁନଥିବା ଜଣା ପଡିଛି । ତେବେ ଏହି ଖବର ଜଣାପଡିବା ପରେ ସେଠାକାର ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇଛନ୍ତି ।

Get real time updates directly on you device, subscribe now.