fbpx

ପ୍ରଫିଟ୍ ଉଦ୍ଦେଶ୍ୟରେ ପରିଚାଳିତ ଶିକ୍ଷାନୁଷ୍ଠାନର ଆୟକର ଛାଡ଼ ହୋଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନ ଉପରେ ଆୟକର ଛାଡ଼କୁ ନେଇ ଭାରତର ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଯେଉଁ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକ ଲାଭଜନକ ଉଦ୍ଦେଶ୍ୟରେ ପରିଚାଳିତ ହେଉଥିବ, ସେ କ୍ଷେତ୍ରରେ ସେଗୁଡ଼ିକ ଆୟକର (ଆଇଟି) ଅଧିନିୟମର ଧାରା ୧୦ (୨୩ସି) ଅଧିନରେ ଆସିବେ ନାହିଁ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ.ୟୁ ଲଳିତ, ଜଷ୍ଟିସ ଏସ.ରବିନ୍ଦ ଭଟ ଓ ପି.ଏସ ନରସିମହାଙ୍କୁ ନେଇ ଗଠିତ ବେଞ୍ଚ ଏହି ରାୟ ଶୁଣାଣି କରିଛନ୍ତି ।

ଆଇଟି ଅଧିନିୟମର ଧାରା ୧୦ (୨୩ସି)ରେ ଇନକମର କିଛି ଶ୍ରେଣୀ ଉପରେ ଆୟକର ଛାଡ଼ ହୋଇଥାଏ । ଖଣ୍ଡପୀଠଙ୍କ ଅନୁଯାୟୀ, ଯେଉଁ ଶିକ୍ଷାନୁଷ୍ଠାନର ଉଦ୍ଦେଶ୍ୟ କେବଳ ଲାଭ ଉପରେ ଆଧାରିତ ଥିବ, ଉକ୍ତ ସଂସ୍ଥା ଆଇଟି ଆକ୍ଟର ଧାରା ୧୦ (୨୩)ସିରେ ମଞ୍ଜୁରୀ ନେଇ ଯୋଗ୍ୟତା ଅର୍ଜନ କରିବ ନାହିଁ । ଶିକ୍ଷା ମଣିଷର ମସ୍ତିଷ୍କକୁ ସମୃଦ୍ଧି କରିବା ସହ ପ୍ରତ୍ୟେକ ମଣିଷର ଅଜ୍ଞତା ରୂପକ ଅନ୍ଧକାରକୁ ଦୂର କରି ଆମକୁ ଠିକ୍ ଓ ଭୁଲ ମଧ୍ୟର ଥିବା ଅନ୍ତରକୁ ଖୋଜିବାରେ ସହାୟକ ହୋଇଥାଏ ।

ପୂର୍ବରୁ ଏନେଇ ଏକାଧିକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଅନେକ ଶୈକ୍ଷିକ ଟ୍ରଷ୍ଟ ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ରାୟ ବିରୋଧରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇଟି ଆକ୍ଟର ଧାରା ୧୦ (୨୩ସି) ଅଧିନରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଆୟକର ଛାଡ଼ ପାଇବା ଯୋଗ୍ୟ ବୋଲି ଦାବି କରାଯାଇଥିଲା । ଏହି ସଂସ୍ଥାଗୁଡ଼ିକ କେବଳ ଶିକ୍ଷା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା ଆବେଦନରେ କୁହାଯାଇଥିଲା । ତେବେ ଏହିସବୁ ଅପିଲକୁ କୋର୍ଟ ଖାରଜ କରିଦେଇଥିଲେ ।

Get real time updates directly on you device, subscribe now.