fbpx

(Video) କାଳ କୋଠରୀରେ କଳା ରାଇଜ ଦମ୍ପତି: ଅର୍ଚ୍ଚନା ଥିଲେ ଜେଲରେ, ଏବେ ଗିରଫ ହେଲେ ଜଗବନ୍ଧୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳାକାରନାମାର ଗୋଟିକ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ଗତ ୧୭ ତାରିଖରେ ତାଙ୍କର ଜାମିନକୁ ନାମଞ୍ଜୁର କରିଦେଇଥିଲେ ଏସଡିଜେଏମ୍ କୋର୍ଟ । ଖୁବ୍ କମ୍ ସମୟ ମଧ୍ୟରେ ଅର୍ଚ୍ଚନା କେମିତି କୋଟି କୋଟି ଟଙ୍କାର ମାଲିକାଣୀ ପାଲଟିଗଲେ ତା’ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ନେଇ ମାମଲା ମଧ୍ୟ ଦାୟର ହୋଇଥିଲା ।

ତେବେ ଏହା ମଧ୍ୟରେ ଅର୍ଚ୍ଚନାଙ୍କୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ସତ୍ୟବିହାର ବାସଭବନରୁ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଛି । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଗଠନ ପଛର ମାଷ୍ଟରମାଇଣ୍ଡ ଥିଲେ ଜଗବନ୍ଧୁ । କାହାକୁ କେଉଁ ଉପାୟରେ ବ୍ଲାକମେଲ କରି ଫସାଯିବ, ତା’ର ସମସ୍ତ ପ୍ରି-ପ୍ଲାନ୍ କରିଥିଲେ ଜଗବନ୍ଧୁ । ଅର୍ଚ୍ଚନା ଗିରଫ ହେବା ପରଠାରୁ ଜଗବନ୍ଧୁ ଫେରାର ରହିଥିଲେ ।

ଜଗବନ୍ଧୁ ଫେରାର ହେବା ପରେ ତାଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ ଜାଲ ବିଛାଇଥିଲା । ଜଗବନ୍ଧୁ ତାଙ୍କର ସତ୍ୟବିହାର ସ୍ଥିତ ଆଲିଶାନ ଘରେ ଲୁଚିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଟିମ୍ ସେଠାକୁ ଯାଇ ଜଗବନ୍ଧୁଙ୍କୁ ଗିରଫ କରିଥିଲା । ତେବେ ପୂର୍ବରୁ ଅର୍ଚ୍ଚନା ଜେଲରେ ରହିଥିବା ବେଳେ ଏବେ ତାଙ୍କର ସ୍ୱାମୀ ମଧ୍ୟ ଜେଲକୁ ଆସିବେ । କଳା ଦୁନିଆରେ ପାଦ ଦେଇଥିବା ସ୍ୱାମୀ-ସ୍ତ୍ରୀ ଆଜି କାଳ କୋଠରୀରେ ରହିବେ ।

Get real time updates directly on you device, subscribe now.