fbpx

Video: ଝରକା ପାଖ ସିଟ୍ ପାଇଁ ପୁଅ-ଝିଅଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ସ୍କୁଲ ବସରେ ଚାପୁଡ଼ା ବର୍ଷା

ନୂଆଦିଲ୍ଲୀ: ରାସ୍ତାଘାଟରେ ଲୋକମାନେ ଛୋଟ ଛୋଟ କଥାକୁ ନେଇ ଲଢ଼ୁଥିବାର ତ ଆପଣମାନେ ନିଶ୍ଚିତ ଦେଖିଥିବେ । ଏହା ସହ ସାମାନ୍ୟ ଟଙ୍କା ପାଇଁ, ପାର୍କିଂ, ଛୋଟକାଟିଆ ଧକ୍କା ପାଇଁ ଲୋକମାନେ ପରସ୍ପରର ଜୀବନ ନେବାକୁ ପଛାନ୍ତିନାହିଁ । ଏପରି ଏକ ସ୍କୁଲ ବସର ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ୱିଣ୍ଡୋ ସିଟରେ ବସିବା ଜିଦରେ ପୁଅ-ଝିଅଙ୍କ ମଧ୍ୟରେ ଜବରଦସ୍ତ ଝଗଡ଼ା ହୋଇଛି ।

ଟ୍ୱିଟରରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବସ ଭିତରେ ଜଣେ ପୁଅ ଓ ଆଉ ଜଣେ ଝିଅ ପରସ୍ପର ମଧ୍ୟରେ ଝଗଡ଼ା କରୁଥିବା ଦେଖିବାକୁ ମିଳିଛି । ଦୁହିଁଙ୍କୁ ଲଢ଼ୁଥିବାର ଦେଖି ଆପଣ ଭାବୁଥିବେ କି କିଛି ବଡ଼ କାରଣ ହୋଇଥିବ, କିନ୍ତୁ ସେପରି କିଛି ନୁହେଁ । ଏହି ୨ ଜଣ କେବଳ ବସର ୱିଣ୍ଡୋ ସିଟରେ ବସିବା ପାଇଁ ପରସ୍ପର ସହ ଝଗଡ଼ା କରିଥିଲେ ।

ଗୋଟିଏ ଛୋଟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କିପରି ଘମାଘୋଟ ଲଢ଼େଇ ହୋଇଛି, ତାହା ଆପଣ ଭିଡିଓରେ ଦେଖିପାରୁଥିବେ । ପୁଅ ଓ ଝିଅଙ୍କ ମଧ୍ୟରେ କେହି ବି ବୁଝିବାର ନାହିଁ । ବସରେ ଥିବା ଅନ୍ୟମାନେ ମଧ୍ୟ ଏମାନଙ୍କ ମାରପିଟ୍ ଦେଖି ଆଶ୍ଚର୍ଯ୍ୟ ହେବା ସହ ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧ ୬୪ ହଜାରରୁ ଅଧିକ ଥର ଦେଖାସରିଛି ।

Get real time updates directly on you device, subscribe now.