fbpx

Left Handers ସବୁବେଳେ ସମସ୍ତଙ୍କ ଠାରୁ ଆଗରେ: ଅଧିକ ବୁଦ୍ଧିମାନ୍ ଓ ପରିପକ୍ୱ, କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ନିଜର ଡାହାଣ ହାତରେ ଖାଇବା, ପିଇବା, ଲେଖିବା ଆଦି ପ୍ରତ୍ୟେକ କାର୍ଯ୍ୟ କରିଥାନ୍ତି । ତେବେ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ କି ପ୍ରତ୍ୟେକ କାର୍ଯ୍ୟ ବାମ ହାତ ଦ୍ୱାରା ସମ୍ପନ୍ନ କରିଥାନ୍ତି । ତେବେ ଅନେକ କ୍ଷେତ୍ରରେ ବାମ ହାତୀ ବା ଲେଫ୍ଟ ହାଣ୍ଡର୍ସଙ୍କୁ ଅନେକ ଲୋକ ଥଟ୍ଟା କରିବାକୁ ପଛାଇ ନଥାଆନ୍ତି । ତେବେ ଆମ ବିଶ୍ୱରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ରହିଛନ୍ତି, ଯେଉଁମାନେ କି ବାମହାତୀ ଅଟନ୍ତି, ଏକଥା ଆମକୁ ଜାଣିବା ନିହାତି ଦରକାର ।

ଭାରତର ପ୍ରଧାନମନ୍ଦ୍ରୀ ନରେନ୍ଦ୍ର ମୋଦୀ, ଜାତିର ପିତା ମହାତ୍ମା ଗାନ୍ଧି, ରଜନୀକାନ୍ତ, ମଦର ଟେରେସା, ବାରାକ ଓବାମା, ସଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ, ଆଲବର୍ଟ ଆଇନଷ୍ଟାଇନ, ଆଇଜାକ୍ ନ୍ୟୁଟନ, ଚାଲ୍ସ ଡାରୱିନ୍, ବେଞ୍ଜାମିନ୍ ଫ୍ରାଙ୍କଲିନ୍, ବିଲ ଗେଟ୍ସ, ଜୁଲିଆ ରୋବର୍ଟସ, ମାର୍କ ଜୁକରବର୍ଗ, ଲେଡି ଗାଗା, ଆରିଷ୍ଟଟଲ, ହେନରି ଫୋର୍ଡ, ମ୍ୟାରି କ୍ୟୁରି, ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିମାନେ ବାମହାତୀ ଅଟନ୍ତି । ବାବାହାତୀଙ୍କର ଆଇକ୍ୟୁ ଡାହାଣହାତୀଙ୍କ ଠାରୁ ଅଧିକ । ବାମହାତୀ ଲୋକଙ୍କର ବୌଦ୍ଧିକ କ୍ଷମତା ଅଧିକ ରହିଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ବାମହାତୀ ଲୋକଙ୍କର କିଛି ଖାସ୍ କଥା:-

ବାମହାତୀମାନେ ଯଦି କୌଣସି ଡିଜାଇନ୍ ବାମ ହାତରେ ତିଆରି କରନ୍ତି, ତେବେ ସେମାନଙ୍କର ମନୋଭାବ ସର୍ବଦା ଡାହାଣ ଆଡ଼କୁ ଥାଏ । ବାମହାତୀଙ୍କୁ ଅଲସର, ଅର୍ଥରାଇଟିସ ପରି ବିମାରୀ ହେବାର ସମ୍ଭାବନା ବହୁତ କମ୍ ଥାଏ । ଏଥିସହିତ ସେମାନେ ଯେ କୌଣସି ଷ୍ଟ୍ରୋକରୁ ଶୀଘ୍ର ମୁକ୍ତି ପାଇଥାନ୍ତି । ଯାଆଁଳା ଶିଶୁଙ୍କ ମଧ୍ୟରୁ ଜଣେ ବାମହାତୀ ହେବାର ସମ୍ଭାବନା ଅଧିକ ରହିଥାଏ । ଏମାନଙ୍କ ଠାରେ ଡିସ୍ଲେକ୍ସିଆ ରୋଗର ହାର ଅଧିକ ମାତ୍ରାରେ ଦେଖାଦେଇଥାଏ । ପାଣି ମଧ୍ୟରେ ଥିବା କୌଣସି ଜିନିଷକୁ ଚିହ୍ନିବାର କ୍ଷମତା ବାମହାତୀଙ୍କ ପାଖରେ ଅଧିକ ରହିଥାଏ । ଏମାନେ ସାଧାରଣତଃ ଟେନିସ, ବେସବଲ, ସ୍ୱିମିଂ ଓ ଫିସିଂ ଆଦି ଖେଳରେ ମାହିର୍ ଅଟନ୍ତି । ଡାହାଣ ହାତୀଙ୍କ ଅପେକ୍ଷା ବାମହାତୀ ଶୀଘ୍ର ପରିପକ୍ୱ ହୋଇଯାଇଥାନ୍ତି । ଆମେରିକାର ଓପୋଲୋ ମିଶନରେ ମହାକାଶକୁ ଯାତ୍ରା କରୁଥିବା ୪ ଜଣଙ୍କ ମଧ୍ୟରେ ଜଣେ ବାମହାତୀ ରହିଥାନ୍ତି । ବାମହାତୀଙ୍କ ମସ୍ତିଷ୍କ ପ୍ରଖର ସହ ସେମାନଙ୍କର କଳ୍ପନାଶକ୍ତି ତୀବ୍ର ରହିଥାଏ ।

Get real time updates directly on you device, subscribe now.