fbpx

Sexotortionରୁ କେମିତି ମିଳିବ ରକ୍ଷା? ଭିଡିଓ କଲ ପରେ ବ୍ଲାକମେଲ କରୁଛି ସୋସିଆଲ ମିଡିଆ ଗାର୍ଲଫ୍ରେଣ୍ଡ

ଆଜିକାଲି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ରହିଛି । ଅଧିକାଂଶ ଲୋକ ଏହାଦ୍ୱାରା ଅନଲାଇନ ଡେଟିଂ ମଧ୍ୟ କରୁଥିବାର ଦେଖାଯାଇଛି । ତେବେ ଏହି ଅନଲାଇନ ଡେଟିଂ ପ୍ଲାଟଫର୍ମରେ କିଛି ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏଥିରେ ସେକ୍ସଟର୍ସନ ଭଳି ମାମଲାର ଶିକାର ହେଉଛନ୍ତି ଅଧିକାଂଶ ଯୁବକ ଯୁବତୀ । ଯାହା ଖୁବ ଦିନକୁ ଦିନ ସୋସିଆଲ ମିଡିଆରେ କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏଭଳି ଘଟଣାରୁ ଆପଣ କେମିତି ରକ୍ଷା ପାଇବେ ଆସନ୍ତୁ ଜାଣିବା ।

ଏହି ଘଟଣାରେ ପ୍ରଥମେ ଲୁଟେରା ଝିଅ ନାଁରେ ଆପଣଙ୍କ ସହ ବନ୍ଧୁତା ସ୍ଥାପନ କରିବେ । ଏହାପରେ ଭିଡିଓ କଲ, ,ହାକୁ ରିସିଭ କରିବା ମାତ୍ରେ କଲର ଅପର ପକ୍ଷରେ ଥିବା ବ୍ୟକ୍ତିଜଣକ ନିଜ ଡ୍ରେସ ଖୋଲିଦେବେ । ତେବେ ଏହାପରେ ଆପଣଙ୍କ ରିଆକ୍ସନକୁ ରେକର୍ଡ କରି ନେଇଥାନ୍ତି । ଏହାପରେ ଆପଣଙ୍କୁ ବ୍ଲାକମେଲ କରି ମୋଟା ଅଙ୍କର ଟଙ୍କା ହଡପ କରିଥାନ୍ତି ଏମାନେ । ସ୍କାମଷ୍ଟର ଭିଡିଓକୁ ବ୍ୟବହାର କରି ଏଭଳି କାରବାର କରନ୍ତି ଦୁର୍ବୃତ୍ତ । ତେବେ ସ୍କାମଷ୍ଟର ବିଶେଷ କରି ପରୁଷମାନଙ୍କୁ ଅଧିକ ଟାର୍ଗେଟ କରିଥାନ୍ତି । ଏହାସହିତ ତାଙ୍କୁ ଫସାଇବା ପାଇଁ ଭିଡିଓ କଲରେ ଜଣେ ମହିଳାଙ୍କୁ ବ୍ୟବହାର କରିଥାନ୍ତି । ତେବେ ଭିଡିଓ କଲ ଫ୍ରଣ୍ଟ କ୍ୟାମେରାକୁ ସ୍ୱୀକାର କରିବା ଦ୍ୱାରା ହିଁ ଚାଲୁ ହୋଇଥାଏ । ତେଣୁ ସ୍କାମଷ୍ଟର ସମ୍ପୂର୍ଣ୍ଣ ଘଟରାକୁ ଖୁବଶୀଘ୍ର ରେକର୍ଡ କରି ନେଇଥାଏ ଏବଂ ପୀଡିତଙ୍କୁ ଏହାକୁ ଭାଇରାଲ କରିବାର ଧମକ ଦିଆଯାଏ ।

ଏ ନେଇ ଅନେକ ଘଟରା ସାମନାକୁ ଆସି ସାରିଛି । ସାଧାରଣତଃ ଏହି ସ୍କାମର ଧରା ପଡିବା ପାଇଁ ଦେଶର ଅନ୍ୟ ଦିଗର ଲୋକମାନଙ୍କ ସହ ସମ୍ପର୍କ କରିଥାନ୍ତି । ତେବେ ଥରେ ଏହି ଭିଡିଓ ରେକର୍ଡ ହୋଇ ସେୟାର ହୋଇଯିବା ପରେ ସ୍କାମର କିସ୍ତି ଆକାରରେ ପିଡୀତଙ୍କ ପାଖରୁ ଟଙ୍କା ମାଗିଥାନ୍ତି । ତେବେ ଏଭଳି ପରିସ୍ଥିତିରୁ ବଞ୍ଚିବା ପାଇଁ ହେଲେ କୌଣସି ଅଜଣା ନମ୍ବରରୁ ଭିଡିଓ କଲ ଆସିଲେ ଏହାକୁ ରିସିଭ କରନ୍ତୁ ନାହିଁ । ଡେଟିଙ୍ଗ ଆପରେ ଦ୍ୱିତୀୟ ବ୍ୟକ୍ତି ଭିଡିଓ କଲରେ କଥା ହେବାକୁ ଚାହୁଁଥିଲେ ଏହାକୁ ସ୍ୱୀକାର କରିବା ପୂର୍ବରୁ ଭେରିଫାଏ କରିବା ଉଚିତ । ଏହାପରେ ବି ଯଦି ସେକ୍ସୋଟର୍ସନର ଶିକାର ହେଉଛନ୍ତି, ତେବେ ସ୍କାମର୍ସଙ୍କୁ ଟଙ୍କା ପଠାଇବା ପରିବର୍ତ୍ତେ ସାଇବର ପୋଲିସ ସହ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.