fbpx

ଗୁଜୁରାଟ ସରକାରଙ୍କ ବଡ ନିଷ୍ପତ୍ତି, ୟୁନିଫର୍ମ ସିଭିଲ କୋଡ ପାଇଁ ଗଠନ ହେବ କମିଟି

ଅହମଦାବାଦ: ବିଧାନସଭା ନିର୍ବାଚନ ପୁର୍ବରୁ ଗୁଜରାଟ ସରକାର ବଡ଼ ନିଷ୍ପତି ନେଇଛନ୍ତି। ସରକାର ‘ୟୁନିଫର୍ମ ସିଭିଲ କୋଡ’କୁ ନେଇ ବଡ଼ ଚାଲ୍ ଚଲାଇଛନ୍ତି। ଗୁଜରାଟ ସରକାର ୟୁନିଫର୍ମ ସିଭିଲ କୋଡ ନିୟମ ଉପରେ ନିଷ୍ପତି ନେବା ପାଇଁ ଏକ କମିଟି ଗଠନ କରିଛନ୍ତି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ହର୍ସ ସଙ୍ଘବି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗୁଜରାଟ ମନ୍ତ୍ରୀମଣ୍ଡଳ ସମାନ ନାଗରିକ ସଂହିତା ଲାଗୁ କରିବା ଉଦେଶ୍ୟରେ କମିଟି ଗଠନ କରିବାକୁ ନିଷ୍ପତିି ଅନୁମତି ପ୍ରଦାନ କରିଛନ୍ତି ।

ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍ ଏହି ପ୍ରସ୍ତାବ ରଖିଥିଲେ । ଗଠନ ହେବାକୁ ଥିବା ଏହି କମିଟିରେ ହାଇକୋର୍ଟ ଜଷ୍ଟିସ୍ ଅଧ୍ୟକ୍ଷ ରହିବେ । ଏହା ପୁର୍ବରୁ ସରକାର ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବା ନେଇ ସମ୍ଭାବନା ଥିବା କହିଥିଲେ ।

Get real time updates directly on you device, subscribe now.