fbpx

(ଭିଡିଓ) ‘Zombie’ Pigeon: ଭାଇରସ୍ ଆକ୍ରାନ୍ତ ପରେ ପକ୍ଷୀମାନଙ୍କର ବେକ ମୋଡ଼ି ହୋଇଯାଉଛି

ନୂଆଦିଲ୍ଲୀ: ଏକ ସଂକ୍ରାମକ ରୋଗରେ ପୀଡ଼ିତ ହୋଇ ପାରାମାନେ ଜୋମ୍ବି ପ୍ରାଣୀ ପରି ଆଚରଣ ଦେଖାଉଛନ୍ତି । ୟୁକେରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ରୋଗ ଦ୍ୱାରା ପାରାମାନଙ୍କର ବେକ ମୋଡ଼ି ହୋଇଯିବା ସହ ସେମାନେ ଏକ ବୃତ୍ତାକାର ପଥରେ ଅଲଗା ଶୈଳୀରେ ଚାଲୁଥିବା ଦେଖାଯାଉଛି । ପ୍ରାଣୀ ବିଶେଷଜ୍ଞମାନେ ଏନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

ଦି ଜର୍ସି ସୋସାଇଟି ଫର ପ୍ରିଭେନସ ଅଫ୍ ଦି କ୍ରୁଏଲଟି ଅଫ୍ ଆନିମଲସ (ଜେଏସପିସିଏ) ଆନିମଲ ଆଶ୍ରୟସ୍ଥଳରେ ଗତ କିଛି ସପ୍ତାହ ହେଲା ଏପରି ଅନେକ ପାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି ରୋଗରେ ସଂକ୍ରମିତ ହେବା ପରେ ପାରାମାନଙ୍କର ବେକ ମୋଡ଼ି ହୋଇଯାଉଥିବା ଦେଖାଯାଉଛି । ସେମାନେ ଚାଲିବାକୁ ଅକ୍ଷମ ହେବା ସହ କେବଳ ଗୋଟିଏ ସ୍ଥାନରେ ଚାରିପଟେ ବୁଲୁଥିବା ପ୍ରାଣୀ ଉଦ୍ଧାରକାରୀ ସେବା ପକ୍ଷରୁ କୁହାଯାଇଛି ।

ଗତ ୨୦୨୦ରେ ଲସ୍ ଭେଗାସ ପିଜନ ରେସକ୍ୟୁ ପକ୍ଷରୁ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ପାରାମିକ୍ସୋ ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ଗୋଟିଏ ପକ୍ଷୀ ନିଜର ମୁଣ୍ଡକୁ ଉଠାଇ ପାରୁନଥିବା ସେଥିରେ ଦେଖାଯାଇଥିଲା । ସେଥିରୁ ପାରାମାନଙ୍କର ବେକ ମୋଡ଼ି ହେବା, ଅସୁସ୍ଥତାର ଲକ୍ଷଣ ବିଷୟରେ କିଛି ତଥ୍ୟ ଜଣାପଡ଼ିଛି । ପକ୍ଷୀମାନଙ୍କ ଠାରେ ଏହିସବୁ ଲକ୍ଷଣ ବୃଦ୍ଧି ପାଉଥିବା ଜେଏସପିଏ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି । ଏହି ସାଂଘାତିକ ରୋଗ ଖୁବଶୀଘ୍ର ବୃଦ୍ଧି ପାଇପାରେ ବୋଲି ଚେତାବନୀ ଦିଆଯାଇଛି । ତେଣୁ ପକ୍ଷୀମାନଙ୍କଠାରେ ଉପରୋକ୍ତ ଲକ୍ଷଣ ସବୁ ଦେଖାଦେଲେ ନଜର ଦେବାକୁ କୁହାଯାଇଛି । ଏହି ରୋଗ ବାସ୍ତରେ ସଂକ୍ରାମକ, ଏହା ମଳ ଓ ଅନ୍ୟ ଗୁପ୍ତ ତରିକା ମାଧ୍ୟମରେ ବ୍ୟାପିଥାଏ ବୋଲି ଜଣେ ମୁଖପାତ୍ର କହିଛନ୍ତି ।

 

Get real time updates directly on you device, subscribe now.