fbpx

ପ୍ରେମରେ ଶାରୀରିକ ସମ୍ପର୍କ ବହୁତ ଜରୁରୀ: ନାତୁଣୀ ନବ୍ୟାକୁ ଜୟା ବଚ୍ଚନଙ୍କ ବୋଲ୍ଡ ପରାମର୍ଶ

ବଲିଉଡର ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନଙ୍କର ଏକ ବ୍ୟକ୍ତିଗତ ମତ ଏବେ ଦେଶରେ ସବୁଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ଗର୍ଭବତୀ ହେବା ଖରାପ ନୁହେଁ ବୋଲି ବୋଲି କହିଛନ୍ତି ଜୟା । ବରଂ ଏହାକୁ ଠିକ ବୋଲି କହି ନିଜର ବୋଲ୍ଡ ମତ ଦେଇଛନ୍ତି । ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କୁ ଏଭଳି ଏକ କଥା କହି ଖୁବ ଚର୍ଚ୍ଚାକୁ ଆସିଛନ୍ତି ଜୟା ବଚ୍ଚନ । ରେଡିଓ ପୋଡକାଷ୍ଟରେ ନାତୁଣୀଙ୍କ ସହ କଥାବାର୍ତ୍ତା ହେବା ବେଳେ ରିଲେସନସିପକୁ ନେଇ ସେ ଏଭଳି ବୋଲ୍ଡ ପରାମର୍ଶ ଦେଇଛନ୍ତି ।

କୌଣସି ପ୍ରେମ ସମ୍ପର୍କ ଦୀର୍ଘ ଦିନ ଧରି ରହିବା ପାଇଁ ହେଲେ ଫିଜିକାଲ ଆଟ୍ରାକସନ ଖୁବ ଜରୁରୀ । ଜୟାଙ୍କ ମତରେ ସମ୍ପର୍କରେ ଦୁଇ ଜଣଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ଜରୁରୀ ଏବଂ ତାହା କିଛି ଭୁଲ ବି ନୁହେଁ । ଜୟାଙ୍କ ବୋଲ୍ଡ ମତରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଯଦ କେବଳ ପ୍ରେମ ଏବଂ ଆଡଜଷ୍ଟମେଣ୍ଟ ରହିବ, ସେହି ସମ୍ପର୍କ ଆଗକୁ ଯାଇ ପାରିବନି । ତେବେ ଯଦି ନାତୁଣୀ ନବ୍ୟା ନାଭେଲି ତାଙ୍କ ଜୀବନରେ ପ୍ରେମ ପରେ ବିବାହ ପୂର୍ବରୁ ସନ୍ତାନ ଜନ୍ମ କରନ୍ତି, ତା’ହେଲେ ଏଥିରେ ଜୟାଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଭେଟେରାନ ଅଭିନେତ୍ରୀ । ଏହାକୁ ବିରୋଧ କରିବା ପରିବର୍ତ୍ତେ ନବ୍ୟାଙ୍କୁ ଜୟା ସପୋର୍ଟ କରିବେ ବୋଲି କହିଛନ୍ତି ।

ଋିଲେସନସିପକୁ ନେଇ ଜୟା ବଚ୍ଚନଙ୍କର ଏଭଳି ମତ ଉପରେ ସେ କହିଲେ, ହୁଏତ ଅନେକ ଲୋକ ମୋ କଥାକୁ ଗ୍ରହଣ ନକରିପାରନ୍ତି । କିନ୍ତୁ ମୁଁ କହିବି ଆମେ ଆମ ସମୟରେ ଯାହା କରିପାରିଲୁନି, ବର୍ତ୍ତମାନ ଆମ ଯୁବପିଢୀ ସେସବୁ କରୁଛନ୍ତି, ଏଥିରେ କିଛି ଭୁଲ ବି ନୁହେଁ । ବିନା ଶାରୀରିକ ସମ୍ପର୍କରେ କୌଣସି ସମ୍ପର୍କ ଅଧିକ ଦିନ ତିଷ୍ଠିବ ନାହିଁ । ଜୟା ଏସବୁରେ ବିଶ୍ୱାସ କରନ୍ତି ଆଉ ରିଲେସନସିପରେ ଏହା ଜରୁରୀ େବୋଲି ନବ୍ୟାଙ୍କ ରେଡିଓ ପୋଡକାଷ୍ଟରେ ସେ କହିଛନ୍ତି । ଜୟା ତାଙ୍କ ନାତୁଣୀ ଏବଂ ଝିଅ ଶ୍ୱେତାଙ୍କ ସହ ତାଙ୍କର ଏଭଳି ବୋଲ୍ଡ ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏଠାରେ କହିପାରିବା ଜୟାଙ୍କର ଏଭଳି ଏକ ବୋଲ୍ଡ ପରାମର୍ଶକୁ ନାତୁଣୀ ନବ୍ୟା କେତେ ଅନୁସରଣ କରିବେ ତାହା ତ ସମୟ କହିବ । କିନ୍ତୁ ଜୟା ବଚ୍ଚନଙ୍କ ଏଭଳି କିଛି ବ୍ୟକ୍ତିଗତ ପରାମର୍ଶକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତର୍କବତର୍କ ମଧ୍ୟ ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.