fbpx

ଚନ୍ଦ୍ରଗ୍ରହଣ ନୀତିକୁ ନେଇ ଦ୍ୱନ୍ଦ୍ୱ: ବଦଳିବ ଶ୍ରୀମନ୍ଦିର ନୀତିକାନ୍ତି!

ପୁରୀ: ଚନ୍ଦ୍ରଗ୍ରହଣ ସମୟରେ ଶ୍ରୀମନ୍ଦିରର ନୀତିକାନ୍ତିକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ନିଜର ଦୋଷ ସ୍ୱୀକାର କରିବା ସହ ଚନ୍ଦ୍ରଗ୍ରହଣରେ ନୀତିକାନ୍ତି ପରିବର୍ତ୍ତନ କରିବା ନେଇ ସୂଚନା ମିଳିଛି । ଆସନ୍ତା ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସେହିଦିନ ପାକତ୍ୟାଗ ଓ ଦେବନୀତି ବନ୍ଦ ରହିବ । ହେଲେ କେଉଁ ସମୟରେ ନୀତିକାନ୍ତି ହେବ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି ।

୮ ତାରିଖ ସକାଳ ୮ଟା ୨୨ ମିନିଟ୍ ସମୟରେ ପାକତ୍ୟାଗ ଓ ଦେବନୀତି ନିଷେଧ ନେଇ ଶ୍ରୀମନ୍ଦିର ପ୍ରଶାସନର ଚୂଡ଼ାନ୍ତ ନୀତିକାନ୍ତିରେ ଉଲ୍ଲେଖ ରହିଥିବାବେଳେ ଜ୍ୟୋତିର୍ବିଦମାନେ ସୂର୍ଯ୍ୟୋଦୟ ଠାରୁ ଅର୍ଥାତ୍ ଭୋଟ୍ ୫ଟା ୫୪ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ବୋଲି ଯୁକ୍ତି ବାଢ଼ିଛନ୍ତି । ଏହାକୁ ନେଇ ବିବାଦ ବଢ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ନିଜର ଭୁଲ୍ ସୁଧାରି ନୀତିକାନ୍ତିରେ ପରିବର୍ତ୍ତନ କରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ବିସ୍ତୃତ ଆଲୋଚନା ନିମନ୍ତେ ଖୁବ୍ ଶୀଘ୍ର ନୀତି ସବମିଟି ଓ ଛତିଶାନିଯୋଗ ବୈଠକ ଡକାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଏହି ଭୁଲ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି ।

Get real time updates directly on you device, subscribe now.