fbpx

କମିଲା ଧବେଳଶ୍ୱର ଝୁଲାପୋଲର କ୍ଷମତା, ଜାଣନ୍ତୁ ଏକକାଳୀନ କେତେ ଶ୍ରଦ୍ଧାଳୁ ଯାଇପାରିବେ?

କଟକ(ଓଡ଼ିଶା ଭାସ୍କର): ଗୁଜରାଟ ଦୁର୍ଘଟଣା ପରେ କମିଗଲା ଧବଳେଶ୍ୱର ଝୁଲାପୋଲର କ୍ଷମତା । ଝୁଲାପୋଲରେ ଏକକାଳୀନ ୨୦୦ ଶ୍ରଦ୍ଧାଳୁ ଯାଇପାରିବେ । ବିଶେଷଜ୍ଞ ଟିମର ଯାଞ୍ଚ ପରେ କ୍ଷମତା କମାଇଛି ପ୍ରଶାସନ । ଗତକାଲି କୋଲକାତାର ବିଶେଷଜ୍ଞ ଟିମ୍ ଯାଞ୍ଚ କରିଥିଲେ । ଦର୍ଶନ ପାଇଁ କେବଳ ବଡ଼ଓଷା ବ୍ରତଧାରୀ ଆସିବାକୁ ଅନୁରୋଧ କରିଛନ୍ତି । ସାଧାରଣ ଭକ୍ତ ନଆସିବାକୁ ପ୍ରଶାସନ ନିବେଦନ କରିଛି ।

ତେବେ ଗୁଜୁରାଟ ମୋର୍ବି ସହରରେରେ ଗତକାଲି ରାତି ଅର୍ଥାତ ରବିବାର ବିଳମ୍ବିତ ରାତିରେ ମାଚ୍ଛୁ ନଦୀ ଉପରେ ନିର୍ମିତ ଝୁଲା ପୋଲ ଛିଣ୍ଡିବାରେ ୯୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪୧ରେ ପହଞ୍ଚିଛି । ପୋଲ ଛିଣ୍ଡିବା ପରେ ଶତାଧିକ ଲୋକ ନଦୀ ଗର୍ଭରେ ପଡିଯାଇଥିଲେ । ଯାହା ମଧ୍ୟରୁ ୧୭୭ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପତାଲରେ ଭର୍ତ୍ତି କରାଯାଇଥିଲା । ଯାହା ଅନୁମାନ କରି କୁହାଯାଉଛି ପୋଲ ଛିଣ୍ଡିବା ବେଳେ ପ୍ରାୟ ୪୦୦ରୁ ଅଧିକ ଲୋକ ଏହି ସ୍ଥାନରେ ଉପସ୍ଥିତ ଥିଲେ । ଛଟ ପୂଜା ଏଥିରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ ।

ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବାବେଳେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଶନିବାର ଶତାଧ୍ଵକ ଲୋକ ଉକ୍ତ ପୋଲ ଉପରେ ଡିଆଁଡେଇଁ ଓ କୁଦାକୁଦି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣା ଘଟିବାପରେ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ର ଦୁଇଟି ଟିମ୍ ସମେତ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ମଧ୍ୟଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ଜଣାପଡିଛି ।

Get real time updates directly on you device, subscribe now.