fbpx

ମୋରବି ଝୁଲାପୋଲ ଦୁର୍ଘଟଣାରେ ଶୋକ ବ୍ୟକ୍ତ କଲେ ରୁଷ ରାଷ୍ଟ୍ରପତି ପୁଟିନ୍, ଆହତଙ୍କ ସୁସ୍ଥ କାମନା କଲେ

ନୂଆଦିଲ୍ଲୀ: ଗୁଜରାଟର ମୋରବିରେ ଝୁଲାପୋଲ ଭୁଶୁଡିବା ଘଟଣାରେ ଏ ପର୍ଯ୍ୟନ୍ତ ୧୪୧ ଜଣଙ୍କ ପ୍ରାଣହାନୀ ଘଟି ସାରିଛି। ଏହି ପୀଡାଦାୟକ ଘଟଣାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୋକ ବ୍ୟକ୍ତ କରିଛନ୍ତି। ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇଥିବା ସନ୍ଦେଶରେ ପୁଟିନ୍ କହିଛନ୍ତି ଯେ, ଦୟାକରି ଗୁଜରାଟ ରାଜ୍ୟରେ ପୋଲ ଭୁଶୁଡିବା ଦୁଃଖଦ ଦୁର୍ଘଟଣାରେ ଆମର ହାର୍ଦ୍ଦିକ ସମବେଦନା ସ୍ଵୀକାର କରନ୍ତୁ। ପୀଡିତଙ୍କ ପରିଜନଙ୍କ ପ୍ରତି ଆମର ସହାନୁଭୂତି ଏବଂ ସମର୍ଥନ ରହିଛି। ଦୁର୍ଘଟଣାରେ ପ୍ରଭାବିତ ସମସ୍ତ ଲୋକଙ୍କ ଶୀଘ୍ର ସୁସ୍ଥ ହେବାର କାମନା କରୁଛୁ।

ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ମଧ୍ୟ ଗୁଜରାଟର ପୋଲ ଭୁଶୁଡିବା ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ପୋଲାଣ୍ଡ ବୈଦେଶିକ ମନ୍ତ୍ରୀ ଜବିଗନ୍ୟୁ ରାଉ ଦୁଃଖ ପ୍ରକାଶ କରି କହିଛନ୍ତି ଏହି ସହର ଭାରତର ଏକ ସ୍ଵତନ୍ତ୍ର ସ୍ଥାନ। ଘଟଣାରେ ଭାରତୀୟଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି। ଏହି ସହର ପୋଲିସ-ଭାରତୀୟ ସମ୍ବନ୍ଧରେ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ଗୁଜରାଟ ମୋରବିର ମଚ୍ଛୁ ନଦୀରେ ଥିବା ଝୁଲାପୋଲ ଅଚାନକ ଭୁଶୁଡି ପଡିଥିଲା। ଫଳରେ ଶତାଧିକ ସଂଖ୍ୟାରେ ଲୋକ ନଦୀକୁ ଖସି ପଡିଥିଲେ। ଦୁର୍ଘଟଣା ସମୟରେ ୪୦୦ରୁ ଅଧିକ ଲୋକ ଥିବା କୁହାଯାଉଛି। ଏ ପର‌୍ୟ୍ୟନ୍ତ ୧୪୦ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଗୁଜରାଟ ସରକାର ମୃତକଙ୍କ ପରିଜନ ପ୍ରତି ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପ୍ରତି ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ମୃତକଙ୍କ ପରିଜନ ପ୍ରତି ୨ ଲକ୍ଷ ଏବଂ ଆହତଙ୍କ ପ୍ରତି ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି। ଏହି ଝୁଲାପୋଲଟି ୧୪୦ ବର୍ଷ ପୁରୁଣା। ମରାମତି ପାଇଁ ସାତ ମାସ ହେବ ଏହାକୁ ବନ୍ଦ କରାଯାଇଥିଲା। ତେବେ ପାଞ୍ଚ ଦିନ ପୂର୍ବେ ପୁଣି ଥରେ ଝୁଲାପୋଲକୁ ଲୋକଙ୍କ ପାଇଁ ଖୋଲା ଯାଇଥିଲା।

Get real time updates directly on you device, subscribe now.