fbpx

Boundary ପାଖରେ ବ୍ୟାରୀଙ୍କ ସୁପରମ୍ୟାନ ଶୋ’: ପ୍ରଥମେ ବୋଲିଂ ଏବଂ ପରେ Fieldingରେ କମାଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆୟରଲାଣ୍ଡକୁ ମାତ ଦେଇଛି ଅଷ୍ଟ୍ରେଲିଆ । ୪୨ ରନରେ ଏହି ମ୍ୟାଚ ଜିତି ସେମି ଫାଇନାଲ ଆଶାକୁ ଦୃଢୀଭୂତ କରିଛି ଦଳ । ତେବେ ଆୟରଲାଣ୍ଡ ଏହି ମ୍ୟାଚରେ ପରାଜୟ ବରଣ କରିଥିଲେ ସୁଦ୍ଧା ଦଳର ଷ୍ଟାର ପ୍ଲେୟର ବ୍ୟାରୀ ମ୍ୟାକ୍କ୍ରାଥୀ ସମସ୍ତଙ୍କ ମନ ଜିତି ନେଇଛନ୍ତି । ଉଭୟ ବୋଲିଂ ଏବଂ ଫିଲ୍ଡିଙ୍ଗରେ ସେ ନିଜର ଟାଲେଣ୍ଟ ଦେଖାଇଛନ୍ତି । ବାଉଣ୍ଡ୍ରି ନିକଟରେ ସୁପରମ୍ୟାନ ଷ୍ଟାଇଲରେ ଏକ ନିଶ୍ଚିତ ସିକ୍ସକୁ ରୋକିବାରେ ସଫଳ ହୋଇଛନ୍ତି ବ୍ୟାରୀ ମ୍ୟାକ୍କ୍ରାଥୀ । ତେବେ ତାଙ୍କର ଏହି ଫିଲ୍ଡିଙ୍ଗ ଦେଖି ମଇଦାନରେ ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅଷ୍ଟ୍ରେଲିଆ ପାଳିର ୧୫ତମ ଓଭରରେ ମାର୍କସ ଷ୍ଟୋଇନିସ ଏକ ବିଶାଳ ଶଟ ଖେଳିଥିଲେ । ବଲ୍ ସିଧା ବାଉଣ୍ଡ୍ରି ବାହାରକୁ ଯାଉଥିବା ବେଳେ ମଝିରେ ଆସିଥିଲେ ଆୟରଲାଣ୍ଡର ଷ୍ଟାର ପ୍ଲେୟର ବ୍ୟାରୀ ମ୍ୟାକ୍ରାଥୀ । ଲଙ୍ଗ୍ ଅନ୍ ଉପରେ ବଲ୍ ଛ’ ରନ ପାଇଁ ଯାଉଥିବା ବ୍ୟାରୀ ବେଳେ ସୁପରମ୍ୟାନ ଶୋ’ ଦେଖାଇଥିଲେ । ବାଉଣ୍ଡ୍ରୀ ବାହାରକୁ ବଲ ଯିବା ପୂର୍ବରୁ ସେ ଡାଇଭ କରି ଏହାକୁ ରୋକିବାରେ ସଫଳ ହୋଇଛନ୍ତି । ଜମ୍ପ କରି ବଲକୁ ପୁଣିଥରେ ସୀମା ରେଖା ଭିତରକୁ ଫିଙ୍ଗି ଦେଇଥିଲେ ବ୍ୟାରୀ ମ୍ୟାକ୍ରାଥୀ । ଗୋଟିଏ ସମୟରେ ଏହା ନିଶ୍ଚିତ ଛ’ ବୋଲି ମନେ ହେଉଥିବା ବେଳେ ଶେଷରେ ଷ୍ଟୋଇନିସଙ୍କୁ ମାତ୍ର ୧ ରନରେ ସନ୍ତୁଷ୍ଟ ହେବାକୁ ପଡିଛି ।

ତେବେ ବଲକୁ ରୋକିବାର ଏହି ଦମଦାର ପ୍ରୟାସରେ ସେ ସଫଳ ହୋଇଥିଲେ, କିନ୍ତୁ ତାଙ୍କ ଅଣ୍ଟା ବାଉଣ୍ଡ୍ରି ରୋପ୍ ରେ ଲାଗି ସେ ଆହତ ହୋଇଛନ୍ତି । ତେବେ ଏହି କାରନାମା କରିବା ପୂର୍ବରୁ ସେ ଅଷ୍ଟ୍ରେଲିଆର ବୋଲରଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛନ୍ତି । ବୋଲିଂରେ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ବିପଦ ସାଜିଥିଲେ ବ୍ୟାରୀ ମ୍ୟାକକ୍ରାଥୀ । ୪ ଓଭରରେ ୨୯ ରନ ଦେଇ ଅଷ୍ଟ୍ରେଲିଆର ୩ ଜଣ ଖେଳାଳିଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ବ୍ୟାରୀ । ତେବେ ତାଙ୍କର ସବୁ ଚେଷ୍ଟା ପରେ ବି ଦଳକୁ ବିଜୟୀ କରାଇବାରେ ସେ ଫେଲ ମାରିଥିଲେ । ଫଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୪୨ ରନରେ କବଜା କରିଛି ।

Get real time updates directly on you device, subscribe now.