fbpx

LPG Gas Rates:ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ,କମିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ନଭେମ୍ବରର ପ୍ରଥମ ତାରିଖରେ ଖୁସି ଖବର ଆଣିଛି। ଲୋକଙ୍କୁ ଆରାମ ପ୍ରଦାନ କରି ସରକାର ବ୍ୟବସାୟିକ ଏଲପିଜି ମୂଲ୍ୟ ହ୍ରାସ କରିଛନ୍ତି। ତେବେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ସରକାର ବାଣିଜ୍ୟିକ(କମର୍ସିୟାଲ ) ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରିଛନ୍ତି। ଜୁଲାଇ ୬ ରୁ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୯ କିଲୋଗ୍ରାମ ଇଣ୍ଡାନେ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ବର୍ତ୍ତମାନ ୧୭୪୪ ଟଙ୍କା । ଏହା ପୂର୍ବରୁ ଏହା ୧୮୫୯.୫ ଟଙ୍କା ଥିଲା।

ବର୍ତ୍ତମାନ କୋଲକାତାରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୪୬ ଟଙ୍କା ହେବ। ପୂର୍ବରୁ ଲୋକଙ୍କୁ ୧୯୯୫.୫୦ ଟଙ୍କା ଦେବାକୁ ପଡୁଥିଲା।

ମୁମ୍ବାଇରେ ପୂର୍ବରୁ ଲୋକମାନେ ୧୮୪୬ ଟଙ୍କା ହେବ। ପୂର୍ବରୁ ଲୋକଙ୍କୁ ୧୯୯୫.୫୦ ଟଙ୍କା ଟଙ୍କା ଦେବାକୁ ପଡିବ ।

ଚେନ୍ନାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୧୮୯୩ ଟଙ୍କା । ଏହାପୂର୍ବରୁ, ୨୦୦୯.୫୦ ଏଥିପାଇଁ ଦେବାକୁ ପଡୁଥିଲା ।

୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ କ’ଣ?ଘରୋଇ ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, କୋଲକାତାରେ ୧୦୭୯, ଚେନ୍ନାଇରେ ୧୦୬୮.୫ ଏବଂ ମୁମ୍ବାଇରେ ୧୦୫୨ ଟଙ୍କାରେ ଉପଲବ୍ଧ। ଭାରତର ଗ୍ୟାସ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଥିଲେ। ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନରେ ବ୍ୟବସାୟିକ ସିଲିଣ୍ଡର ବ୍ୟବହାର କରାଯାଏ ।ଯାହାକି ଏବେ ବ୍ୟବସାୟୀମାନଙ୍କୁ ବଡ଼ ଆରାମ ଦେବ । କ୍ରମାଗତ ଷଷ୍ଠ ମାସ ରେ ବ୍ୟବସାୟିକ ଗ୍ୟାସର ମୂଲ୍ୟ ହ୍ରାସ ପାଇଛି।
ଏହା ପୂର୍ବରୁ ଅକ୍ଟୋବର ୧ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫.୫ ଟଙ୍କା ହ୍ରାସ କରାଯାଇଥିଲା।

Get real time updates directly on you device, subscribe now.