fbpx

ପୁରୁଷମାନେ ଅଣଦେଖା କରନ୍ତୁ ନାହିଁ ଏହି ଲକ୍ଷଣ; ନଚେତ ଜୀବନ ପ୍ରତି ଆସିପାରେ ବିପଦ

ପୁରୁଷମାନଙ୍କ ଜୀବନ ସର୍ବଦା ବ୍ୟସ୍ତବହୁଳ ରହିଥାଏ । ଯାହାଫଳରେ ସେମାନେ ନିଜ ପ୍ରତି ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି କିଛି କ୍ଷେତ୍ରରେ ଅଣଦେଖା କରିଥାନ୍ତି । ସେମାନଙ୍କ ଶରୀରରେ ଦେଖା ଦେଉଥିବା କିଛି ଶାରୀରିକ ସମସ୍ୟା ପରବର୍ତ୍ତୀ ସମୟରେ ଅନେକ ବଡ ବିପଦର କାରଣ ହୋଇଥାଏ । ତେଣୁ ଏହି ସମସ୍ୟାକୁ ପୁରୁଷମାନେ ଅଣଦେଖା କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା ପୁରୁଷମାନଙ୍କ ଠାରେ ଦେଖା ଦେଇଉଥିବା ସେହି ଲକ୍ଷଣ ବିଷୟରେ…

ଏହି ଲକ୍ଷଣକୁ ପୁରୁଷମାନେ ଅଣଦେଖା କରନ୍ତୁ ନାହିଁ:

ଧୀର ନିଶ୍ୱାସ: ଯଦି କୌଣସି ପୁରୁଷର ନିଶ୍ୱାସ ହଠାତ୍ ଧୀର ହୋଇଯାଏ ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । କାରଣ ଏହା ଫୁସଫୁସ ସମ୍ବନ୍ଧୀୟ କିଛି ସମସ୍ୟା ସୃଷ୍ଟି କରିପାରେ । ତେବେ ଆପଣ ଶିଢି ଚଢିବା ସମୟରେ ଯଦି ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ଆପଣଙ୍କୁ ଥକାପଣ ଅନୁଭବ ହୁଏ ତେବେ ଆପଣ ଏହାକୁ ଅଣଦେଖଆ କରନ୍ତୁ ନାହିଁ । କାରଣ ଏହା ହାର୍ଟ ଫେଲ କିମ୍ବା ଅନ୍ୟ ହୃଦୟ ସମ୍ବନ୍ଧୀୟ ସମସ୍ୟାର କାରଣ ହୋଇପାରେ । ତେଣୁ ଏପରି କିଛି ଲକ୍ଷଣ ପରିଲକ୍ଷିତ ହେଲେ ତୁରନ୍ତ ଡାକ୍ତଙ୍କ ସହ ପରାମର୍ଶ କରାଇନେବା ଆବଶ୍ୟକ ।

ଦ୍ରୁତ ଗତିରେ ଓଜନ କମିବା: ପୁରୁଷମାନଙ୍କର ଦ୍ରୁତ ଗତିରେ ଓଜନ ହ୍ରାସ ହେବା ଭଲ ଲକ୍ଷଣ ହୋଇ ନଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତି ନାହିଁ ଏବଂ ତଥାପି ଆପଣ ଓଜନ ହ୍ରାସ ହେଉଛି ତେବେ ଏହା କର୍କଟ ରୋଗର ଲକ୍ଷଣ ହୋଇପାରେ । ଯଦି ଆପଣଙ୍କର ଏପରି ସମସ୍ୟା ହେଉଛି ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏ ନେଇ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।

ଛାତିରେ ଯନ୍ତ୍ରଣା:ପୁରୁଷମାନଙ୍କ ଠାରେ ବେଳେ ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯାହାକୁ ଏକ ସମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କହି ଅଣ ଦେଖଆ କରିଥାନ୍ତି । କିନ୍ତୁ ଯଦି ଏପରି କିଛି ସମସୟା ଦେଖା ଦେଉଛି ଏହାକୁ ଅଣ ଦେଖା କରନ୍ତୁ ନାହିଁ । କାରଣ ଏହା ହୃଦଘାତ ଜନିତ ସମସ୍ୟାର କାରଣ ହୋଇପାରେ ।

ଉଚ୍ଚ ଜ୍ୱର: ଯଦି କୈଣସି ବ୍ୟକ୍ତି ଦୀର୍ଘ ସମୟ ଧରି ୧୦୩ ଡିଗ୍ରୀରୁ ଅଧିକ ଜ୍ୱରରେ ପୀଡିତ ଅଛନ୍ତି ତେବେ ଏହା ବିପଜ୍ଜନକ ହୋଇପାରେ । ତେଣୁ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ସହ ପରାମର୍ଶ କରାଇବା ଉଚିତ୍ । କାରଣ ଏପରି ଲକ୍ଷଣ ନିମୋନିଆ, ମସ୍ତିଷ୍କ ଜ୍ୱର ଇତ୍ୟାଦି ସମସ୍ୟାର କାରଣ ହୋଇପାରେ । ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ ।

Get real time updates directly on you device, subscribe now.