fbpx

ପ୍ରକାଶ ପାଇଲା SSC CGL 2020  Final Result: ଏହି ତାରିଖରେ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ, (SSC) ମିଳିତ ସ୍ନାତକ ସ୍ତର ପରୀକ୍ଷା – SSC CGL 2020ର ଅନ୍ତିମ ଫଳାଫଳ ପ୍ରକାଶ କରିଛି । ତୃତୀୟ ପର୍ୟ୍ୟାୟ ଫଳାଫଳ ୭ ଜୁଲାଇ ୨୦୨୨ ରେ ପ୍ରକାଶ ପାଇଥିଲା । ଏହାପରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ଦକ୍ଷତା ଭିତ୍ତିକ ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ଏହାର ଅନ୍ତିମ ଫଳାଫଳ ଅର୍ଥାତ୍ ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି । ଯାହାକି ଏହାର ଅଫିସିଆଲ୍ ୱେବସାଇଟରେ ssc.nic.in ରେ ଯାଇ ଆପଣ ଯାଞ୍ଚ କରିପାବିବେ ।

ଏହି ତାରିଖରେ କରନ୍ତୁ ଯାଞ୍ଚ:

SSC CGL 2020 ପରୀକ୍ଷାରେ ସମୁଦାୟ ୫୩ ଟି ପଦବୀ ନିଯୁକ୍ତି ବାହାରି ଥିବାବେଳେ, ସୂଚିତ ବିଭିନ୍ନ ପଦବୀ ପାଇଁ ମୋଟ ୭୧୦୮ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ଏଥିସହିତ ବିଭିନ୍ନ ପୋଷ୍ଟ ପାଇଁ କଟ୍ ଅଫ୍ ମାର୍କ ମଧ୍ୟ ରିଲିଜ୍ ହୋଇଛି । ଯାହାକୁ ଆପଣ ଅଫିସିଆଲ ୱେବସାଇଟ ମାଧ୍ୟରେ ଜାଣି ପାରିବେ । ତେବେ SSC ତରଫରୁ ମନୋନୀତ ଏବଂ ଅଣ-ମନୋନୀତ ପ୍ରାର୍ଥୀଙ୍କ ସଂଖ୍ୟା ନଭେମ୍ବର ୧୮, ୨୦୨୨ ରେ ଆୟୋଗର ୱେବସାଇଟରେ ଅପଲୋଡ୍ ହେବ ଏବଂ ଡିସେମ୍ବର ୨, ୨୦୨୨ ପର୍ଯ୍ୟନ୍ତ ସେଠାରେ ରହିବ । ସମସ୍ତ ପଞ୍ଜିକୃତ ପ୍ରାର୍ଥୀମାନେ ସେମାନଙ୍କ ଆକାଉଣ୍ଟରେ ଲଗ୍ ଇନ୍ କରି ଅନଲାଇନରେ ସେମାନଙ୍କର ନମ୍ବର ଯାଞ୍ଚ କରିପାରିବେ ।

ରିଲିଜ ହୋଇଥିବା କଟ୍ ଅଫ ମାର୍କରେ କମ୍ପ୍ୟୁଟର ଟେଷ୍ଟ ଏବଂ ଡାଟା ଏଣ୍ଟ୍ରି ସ୍ପିଡ୍ ଟେଷ୍ଟ (DEST) କ୍ୱାଲିଫାଇଙ୍ଗ ନେଚରର ରହିଥିବାବେଳେ, ଯେଉଁ ପ୍ରାର୍ଥୀମାନେ ଆବଶ୍ୟକ କଟ୍ ଅଫ୍ ମାର୍କ ରଖିବାରେ ସକ୍ଷମ ହୋଇ ପାରି ନାହାନ୍ତି ସେମାନେ ଫାଇନାଲ ସିଲେକ୍ସନ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ତେବେ ପ୍ରାର୍ଥୀମାନେ ବିଭିନ୍ନ ପୋଷ୍ଟଗୁଡିକର କଟ୍ ଅଫ୍ ମାର୍କ ଯାଞ୍ଚ କରିବା ପାଇଁ SSC CGL ଅଫିସିଆଲ ୱେବସାଇଟ୍ ଦ୍ୱାରା ନିଜର ମାର୍କ ଯାଞ୍ଚ କରିପାରିବେ ।

ସେହିପରି ସର୍ଟ ଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଜର ନିଯୁକ୍ତି ସମ୍ବନ୍ଧରେ ଆୟୋଗ କିମ୍ବା ଉପଭୋକ୍ତା ବିଭାଗରୁ ଚିଠି ଲେଖିବାକୁ ପରାମର୍ଶ ଦିଆଯାଇଛି । ଯଦି ସେମାନେ ରେଜଲ୍ଟ ପ୍ରକାଶ ପାଇବାର ୧ ବର୍ଷ ମଧ୍ୟରେ ସେମାନଙ୍କ ରେଜଲ୍ଟ ନପାଆନ୍ତି , ତେବେ ସେମାନେ ଏହାକୁ ଆୟୋଗଙ୍କ ନଜରକୁ ଆଣିବାକୁ ପଡିବ ।

ଏତତ୍ ବ୍ୟତୀତ SSC ମଧ୍ୟ SSC CGL 2022 ଟିୟର,ପରୀକ୍ଷା ପାଇଁ ତାରିଖ ପ୍ରକାଶ କରିଛି । ତେବେ ଏହି ପରୀକ୍ଷା ୧ ଡିସେମ୍ବର ୨୦୨୨ ରୁ ଆରମ୍ଭ ହେବ । ୨୦୨୨ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀଙ୍କୁ ଆଡମିଟ୍ କାର୍ଡ ଏବଂ ଅନ୍ୟାନ୍ୟ ନିର୍ଦ୍ଦେଶନାମା ପାଇଁ ସରକାରୀ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.