fbpx

ଏହି ରାଶିମାନଙ୍କ ଉପରେ ରହିବ ଶନିଙ୍କ କୋପ; ରୁହନ୍ତୁ ସତର୍କ, ଏହି ଉପାୟରେ ପାଆନ୍ତୁ ମୁକ୍ତି

ହିନ୍ଦୁ ଧର୍ମରେ ସୂର୍ଯ୍ୟ ପୁତ୍ର ଶନିଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । କାରଣ ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି । ଶନିଦେବଙ୍କ କୃପା ବ୍ୟକ୍ତିର ଜୀବନରେ ଅନେକ ସଫଳତା ଦେଇଥିବାବେଳେ ତାଙ୍କର ବକ୍ର ଦୃଷ୍ଟି ବ୍ୟକ୍ତିଙ୍କୁ ଅନେକ ସମସ୍ୟାରେ ପକାଇଥାଏ । ତେଣୁ ଶାସ୍ତ୍ରରେ ଶନିଙ୍କ ବକ୍ର ଚାଳନାକୁ ଅଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ୨୩ ଅକ୍ଟୋବରରୁ ଶନି ଗ୍ରହ ବକ୍ର ଚାଳନା ଆରମ୍ଭ କରିଛନ୍ତି , ଯାହାକି ୧୭ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ରହିବ । ଫଳରେ ଏହା ମୋଟ ୧୨ଟି ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ୍ କରି ୪ ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ମ୍ମୁଖୀନ ହୋଇପାରନ୍ତି । ତେଣୁ ଏହି ରାଶିର ବ୍ୟକ୍ତିମାନେ ସତର୍କ ରହିବା ସହ କିଛି ଉପାୟ ଆପଣାଇ ଶନିଙ୍କ ବକ୍ର ଚାଳନାରୁ କିଛି ମାତ୍ରାରେ ମୁକ୍ତି ପାଇ ପାରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ ରାଶି ବିଷୟରେ…

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଗ୍ରହଙ୍କ ବକ୍ର ଚାଳନା ମିଥୁନ ରାଶିର ବ୍ୟକ୍ତିମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ । ତେଣୁ ଏହି ରାଶିର ବ୍ୟକ୍ତିମାନେ ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ସହିତ ଆଳସ୍ୟଠାରୁ ଦୂରେଇ ରହୁନ୍ତୁ । ଏଥିସହିତ ପରିବାର ସହ ଭଲ ସମ୍ବନ୍ଧ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ବିଚ୍ଛା: ଶନିଗ୍ରହଙ୍କ ବକ୍ର ଚାଳନା ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅନେକ ସମସ୍ୟା ଆଣିପାରେ । ତେଣୁ ଏହି ରାଶିର ବ୍ୟକ୍ତିମାନେ ସତର୍କ ରହିବା ସହିତ ନିଜ କାର୍ଯ୍ୟ କ୍ଷେତ୍ରରେ ସାବଧାନ ରହିବା ଉଚିତ୍ । ଏତତ୍ ବ୍ୟତୀତ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ, ନଚେତ୍ ଏହା ଆପଣଙ୍କୁ ଏକ ବଡ ସମସ୍ୟାରେ ପକାଇପାରେ ।

ଧନୁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ବକ୍ର ଦୃଷ୍ଟି ଧନୁ ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସ୍ଥିତିକୁ ବିଗାଡିପାରେ । ଏହି ସମୟରେ ଧାର କରଜ ବଢିବା ସହ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ । ତେଣୁ ଶନିଙ୍କ ଏହି ବକ୍ର ଚାଳନା ସମୟରେ ଧନୁ ରାଶିର ବ୍ୟକ୍ତିମାନେ ସତର୍କ ରହିବା ଆବଶ୍ୟକ । ଖାସ କରି ବେପାର ବାଣିଜ୍ୟ କ୍ଷେତ୍ରରେ ଭାବିଚିନ୍ତି ନିବେଶ କରିବା ଉଚିତ୍ ।

ମକର: ଶନି ବର୍ତ୍ତମାନ ମକର ରାଶିରେ ବକ୍ର ଚାଳନା କରୁଛନ୍ତି । ଫଳରେ ଏହା ମକର ରାଶି ଉପରେ ଖରାପ ପ୍ରଭାବ ପକାଇପାରେ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ବେପାର ବାଣିଜ୍ୟରେ ବିଭିନ୍ନ ସମସ୍ୟା ଦେଖା ଦେବା ସହ ଆର୍ଥିକ ସଂକଟ ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ଏହି ରାଶିର ବ୍ୟକ୍ତିମାନେ କୌଣସି କାମ କରିବା ପୂର୍ବରୁ ଅନେକ ଥର ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ ।

ଶନିଗ୍ରହଙ୍କ କୁ ପ୍ରଭାବରୁ ମୁକ୍ତି ପାଇବାର ଉପାୟ:

– ପ୍ରତ୍ୟେକ ଶନିବାର ସୋରିଷ ଦାନ କରନ୍ତୁ
– ପ୍ରତ୍ୟେକ ଶନିବାର ଓସ୍ତଗଛ ମୂଳରେ ସୋରିଷ ତେଲର ଏକ ଦୀପ ଜାଳନ୍ତୁ ।
– ପ୍ରତ୍ୟେକ ଦିନ ଶନିମନ୍ତ୍ର ଜପ କରନ୍ତୁ ।
– ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ
– ଗରିବକୁ କିଛି ଖାଦ୍ୟ ଅର୍ପଣ କରନ୍ତୁ
– ଭୋକିଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

Get real time updates directly on you device, subscribe now.