fbpx

ରାଜଧାନୀରେ ଚାଞ୍ଚଲ୍ୟ; ଭଡାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ପୋଲିସର ଛାନଭିନ୍

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ହତ୍ୟା, ଆତ୍ମହତ୍ୟା ପରି ଘଟଣା ବଢିବାର ଲାଗିଛି । କିଏ ପାରିବାରିକ କାରଣକୁ ନେଇ ଏପରି ଚରମ ନିଷ୍ପତି ନେଉଛି ତ, ଆଉ କିଏ ଅନ୍ୟ କୌଣସି କାରଣ ପାଇଁ ଏପରି କାଣ୍ଡ ଘଟାଉଛନ୍ତି । କିନ୍ତୁ ଦେଖିବାକୁ ଗଲେ ଆଜିକାଲି ଯୁବପିଢିମାନେ ଏହି ହତ୍ୟା ଏବଂ ଆତ୍ମହତ୍ୟାକୁ ଏକ ଟ୍ରେଣ୍ଡ ଭାବରେ ଗ୍ରହଣ କରୁଛନ୍ତି । ନିକଟରେ ଅନେକ ଯୁବପିଢି ଏପରି କାଣ୍ଡ କରିଥିବା ବେଳେ ରାଜଧାନୀରେ ଏହିପରି ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଯାହାକି ସେଠାକାର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଚିନ୍ତାମଣିଶ୍ୱର ଅଞ୍ଚଳର ଏକ ଭଡାଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ତେବେ ଏହି ଯୁବତୀ ଜଣଙ୍କ ଏକ ଘରୋଇ ବିଜ୍ଞାପନ କମ୍ପାନୀରେ କାମ କରୁଥିବା ଜଣାପଡିଛି । ଏହି ଘଟଣାର ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଏହା ହତ୍ୟା କି ଆତ୍ମହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ଅନ୍ୟପକ୍ଷେ ଏହି ଯୁବତୀଙ୍କ କୌଣସି ସଠିକ୍ ତଥ୍ୟ ମଧ୍ୟ ମିଳିପାରି ନାହିଁ ।

Get real time updates directly on you device, subscribe now.