fbpx

୨ଥର କ୍ୟାନ୍ସରକୁ ହରାଇଥିବା ଏହି ଅଭିନେତ୍ରୀଙ୍କୁ ହେଲା ଷ୍ଟ୍ରୋକ; ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ: ବଲିଉଡ ଜଗତରୁ ଏକ ଦୁଃଖଦ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରସିଦ୍ଧ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି । ଫଳରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯୟୀ, ଆଣ୍ଡ୍ରିଲା ଶର୍ମାଙ୍କୁ ହଠାତ ଷ୍ଟ୍ରୋକ ହୋଇଥିଲା ଫଳରେ ତାଙ୍କୁ ହାୱାଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରୁଥୁବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣା ପଡିଛି । ଆଣ୍ଡ୍ରିଲାଙ୍କୁ ଷ୍ଟ୍ରୋକ ହେବାପରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ଦେଇଛି । ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ତେବେ ଆଣ୍ଡ୍ରିଲା ଶର୍ମା ପୂର୍ବରୁ ୨ ଥର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିପାଇଁ ସେ କେମୋଥେରାପି ନେବା ସହ ଦୁଇ ଦୁଇଥର ଅପରେଶନ ମଧ୍ୟ ହୋଇଥିଲେ । ସେ ସମ୍ପୂର୍ଣ୍ଣଭାବେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ତାଙ୍କୁ ପୁଣିଥରେ ଷ୍ଟ୍ରୋକ ହୋଇଛି । ଏହି ଖବର ପ୍ରସାରିତ ହେବାପରେ ତାଙ୍କର  ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମାଙ୍କ ଆରୋଗ୍ୟ କାମନା କରିଛନ୍ତି ।

ତେବେ ବଙ୍ଗାଳୀ ଅଭିନେତ୍ରୀ ଆଣ୍ଡ୍ରିଲା ବଙ୍ଗଳାରେ ଅନେକ ଚଳଚିତ୍ର କରିଥିବାବେଳେ ଓଟିଟି ପ୍ଲାଟଫର୍ମରେ ମଧ୍ୟ ନିଜର ନିଖୁଣ ଅଭିନୟରେ ଅନେକ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ସେ ‘ଝୁମର’ ସିରିୟଲରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ Jibon Jyoti’, ‘Jiyon Kathi’ପରି ଅନେକ ପପୁଲାର ଶୋ ରେ ଲିଡ ରୋଲରେ ନଜର ଆସିଥିଲେ ।

Get real time updates directly on you device, subscribe now.