fbpx

Estrogen Hormone କ’ଣ: ଏହାର ଅଭାବରେ ମହିଳାଙ୍କ ଠାରେ ଚର୍ମ ଶୁଷ୍କ, ହାଡ଼ ଦୁର୍ବଳ, ଡିପ୍ରେସନ, ହାର୍ଟ ସମସ୍ୟା ଦେଖାଦିଏ

ହରମୋନ ଆମର ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ହରମୋନର ଅଭାବ କାରଣରୁ ଅନେକ ସମସ୍ୟା ଦେଖାଦେଇଥାଏ । ମହିଳାଙ୍କର ରିପ୍ରଡକ୍ଟିଭ ସିଷ୍ଟମକୁ ସୁରକ୍ଷିତ ରଖିବା ସହିତ ସେମାନଙ୍କର ଶରୀରରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ହରମୋନର ମଧ୍ୟ ଗୁରୁତ୍ୱ ରହିଥାଏ । ଏହି ହରମୋନର ନାମ ହେଉଛି ଏଷ୍ଟ୍ରୋଜେନ ।

ଏଷ୍ଟ୍ରୋଜେନ ହରମୋନ ହାର୍ଟ ଫଙ୍କସନ ଓ ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାର ଅଭାବରେ ମହିଳାଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହି ହରମୋହନ ଅଭାବ ହେଲେ ସେମାନଙ୍କର ଚର୍ମ ଶୁଷ୍କ, ହାଡ଼ ଦୁର୍ବଳ, ଡିପ୍ରେସନ, ଉଦବେଗ, ଏକାଗ୍ରତା ହୀନତା, ହାର୍ଟ ଫ୍ଲାଶେଜ ପରି ଅନେକ ସମସ୍ୟା ଦେଖାଦେଇଥାଏ । ଆପଣ ଚାହିଁଲେ ଘରୋଇ ଉପାୟରେ ଏଷ୍ଟ୍ରୋଜେନ ହରମୋନକୁ ବଢ଼ାଇ ପାରିବେ ।

ରିସର୍ଚ୍ଚ ମୁତାବକ, ସୋୟା ପ୍ରୋଟିନ, ବେରି, ମଞ୍ଜି, ଶସ୍ୟ ଓ ଫଳ ଆଦି ଡାଏଟରେ ସାମିଲ କଲେ ଏଷ୍ଟ୍ରୋଜେନ ହରମୋନର ବୃଦ୍ଧି ଘଟିଥାଏ । ଏଥିସହିତ ଦୈନିକ ୱାର୍କ ଆଉଟ କରିବା ଦ୍ୱାରା ଶରୀରରେ ଏଷ୍ଟ୍ରୋଜେନ ସ୍ତର ବୃଦ୍ଧି ପାଇପାରେ । ଆପଣଙ୍କୁ ପ୍ରତ୍ୟେକ ଦିନ ଅତି କମରେ ୭ ଘଣ୍ଟାର ଗଭୀର ନିଦ୍ରା ନେବା ଜରୁରୀ । ହରମୋନ ରିପ୍ଲେସମେଣ୍ଟ ଥେରାପି ମାଧ୍ୟମରେ ଏଷ୍ଟ୍ରୋଜେନ ସ୍ତର ବଢ଼ିପାରେ । ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ । ଏଷ୍ଟ୍ରୋଜେନ ସ୍ତରକୁ ଠିକ୍ ରଖିବାକୁ ହେଲେ ଓଜନ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ । ଏହାଛଡ଼ା ହେଲଦି ଡାଏଟ ଓ ଷ୍ଟ୍ରେସ କଣ୍ଟ୍ରୋଲ କରିବା ମଧ୍ୟ ଆବଶ୍ୟକ ।

Get real time updates directly on you device, subscribe now.