fbpx

ଦିଲ୍ଲୀ ଅଗ୍ନିକାଣ୍ଡ, ମୃତାହତଙ୍କ ପାଇଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୮ା୧୨: ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼୍ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଥିଲା । ନିଆଁ ଲାଗି ସେଠାରେ ୪୩ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୧୫ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ମୃତାହତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏନେଇ ସହାୟତା ଘୋଷଣା କରିଥିଲେ । ସେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଓ ଆହତଙ୍କୁ ୧ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ । ଏହାସହ ଆହତଙ୍କ ସବୁ ଚିକିତ୍ସା ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ ବୋଲି କହିଥିଲେ । ଏହାବ୍ୟତୀତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ସେଠାରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ରହିଥିଲା । ନିଆଁରୁ ଉଦ୍ଧାର କରିବା ପାଇଁ ୩୦ଟି ଦମକଳ ଲାଗିଥିବା ବେଳେ ୨୬ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । ବହୁ ସମୟ ପରେ ନିଆଁକୁ ଆୟତ କରିଥିଲା ଦମକଳ ବାହିନୀ ।

Get real time updates directly on you device, subscribe now.