fbpx

ଦିଲ୍ଲୀ ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି: ହଟିଲା କିଛି କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁପ୍ରଦୂଷଣ ଅଣାୟତ୍ତ ଥିବା ବେଳେ ଆଜି କିଛିଟା ଉନ୍ନତି ଆସିଛି ବାୟୁ ଗୁଣାବତ୍ତରେ । ପବନର ଦିଗ ଓ ଗତି ପରିବର୍ତ୍ତନ ହେବାରୁ ଦିଲ୍ଲୀ ଏନସିଆର ଗୁଣାବତ୍ତ ପଏଣ୍ଟରେ ଉନ୍ନତି ଆସିଛି । ହେଲେ ନୋଏଡା ଓ ଗଜିଆବାଦରେ ଏବେ ବି ପ୍ରଦୂଷଣ ମାତ୍ରା ଅଧିକ ରହିଛି । ପ୍ରଦୂଷଣକୁ ନେଇ ୩ଦିନ ତଳେ କଟକଣା ଜାରି ହୋଇଥିଲା । ତେବେ ଆଜି ପରିସ୍ଥିତି ସୁଧୁରିବା ପରେ କିଛି କଟକଣାକୁ କୋହଳ କରାଯାଇଛି । ଏହି କଟକଣା ହଟିବା ପରେ ଟ୍ରକ ପ୍ରବେଶ କରିପାରିବ ସହର ଭିତରକୁ । ଏହାସହ ବିଏସ-୬ ଡିଜେଲ ଯାନ ଉପରୁ କଟକଣା ହଟାଯାଇଛି ।

ପ୍ରଦୂଷଣ ପାଇଁ ଦିଲ୍ଲୀରେ ସବୁ ଉଦ୍ୟୋଗ ବନ୍ଦ କରାଯାଇଥିଲା । ହେଲେ ଏବେ ସବୁ ଖୋଲାଯିବାକୁ ନିର୍ଦ୍ଦେଶ କରାଯାଇଛି । ତେବେ ପ୍ରଦୂଷଣ ବାୟୁମାନ ହ୍ରାସ କରିବା ପାଇଁ ଗ୍ରାପ -୪ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ବାୟୁର ମାନ ଖରାପ ହେଲେଏହି କାର୍ଯ୍ୟାନୁଷ୍ଠାନକୁ ସୁପାରିଶ କରାଯାଇଥାଏ । ତେଣୁ ଅନାବଶ୍ୟକ କାର୍ଯ୍ୟ ଉପରେ ଏବେ ମଧ୍ୟ କଟକଣା ବଳବତ୍ତର ରହିଛି । ଏହାସହ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିବ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି ଯେ, ଆସନ୍ତା ୨ ରୁ ୩ ଦିନ ଯାଏଁ ପ୍ରଦୂଷଣ ବୃଦ୍ଧିର ଆଶଙ୍କା ନାହିଁ । ତେବେ ସିପିଡବ୍ଲୁ ଦ୍ୱାରା ଜାରି ହୋଇଥିବା ଏୟାର କ୍ୱାଲିଟି ବୁଲେଟିନ ଅନୁଯାୟୀ ଗତ ରବିବାର ଦିନ ଦିଲ୍ଲୀର ଏୟାର ଇଣ୍ଡେକ୍ସ ୩୩୨ରେ ଥିଲା । ଏହା ୨୪ ଘଣ୍ଟା ମଧ୍ୟରେ ୪୨ ପଏଣ୍ଟ କମିଛି ।

Get real time updates directly on you device, subscribe now.