fbpx

Mission Prarambh, ପ୍ରଥମ ଥର ଶ୍ରୀହରିକୋଟାରୁ ଲଞ୍ଚ ହେବ ପ୍ରାଇଭେଟ ସ୍ପେସ ରକେଟ: ଦେଶରେ ଲେଖା ହେବ ନୂଆ ଇତିହାସ

ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ ହେବାକୁ ଯାଉଛି ପ୍ରାଇଭେଟ ସ୍ପେସ କମ୍ପାନୀର ରକେଟ୍ । ତେବେ ଏହା ଇସ୍ରୋର ଶ୍ରୀହରିକୋଟାର ସତୀଶ ଭବନ ସ୍ପେସ ସେଣ୍ଟରର ଲଞ୍ଚ ପ୍ୟାଡରେ ଏହି ରକେଟ ଲଞ୍ଚ କରାଯିବ । ହାଇଦ୍ରାବାଦର ସ୍କାଏରୁଟ ଏରୋସ୍ପେସ କମ୍ପାନୀ ତରଫରୁ ପ୍ରସ୍ତୁତ କରାଯାଇଛି । ଏହା ଏକ ଟେଷ୍ଟ ଫ୍ଲାଇଟ ବୋଲି କହିଛନ୍ତି କମ୍ପାନୀର ସିଇଓ ତଥା ସହ ସମ୍ପାଦକ । ଏହି ରକେଟ୍ ଲଞ୍ଚ କରିବା ପାଇଁ ଆସନ୍ତା ୧୨ ତାରିଖରୁ ୧୬ ତାରିଖ ମଧ୍ୟରେ ଲଞ୍ଚିଙ୍ଗ ୱିଣ୍ଡୋ ସ୍ଥିର କରିଛି ଇସ୍ରୋ ।

ପାଣିପାଗକୁ ନଜରରେ ରଖି ୧୨ରୁ ୧୬ ତାରିଖ ମଧ୍ୟରେ ଲଞ୍ଚ କରାଯିବ ରକେଟ Vikram-S । ଭାରତର ପ୍ରସିଦ୍ଧ ବୈଜ୍ଞାନିକ ତଥା ଇସ୍ରୋର ସଂସ୍ଥାପକ ଡ. ବିକ୍ରମ ସାରାଭାଇଙ୍କ ନାମ ଅନୁସାରେ ନାମକରଣ କରାଯାଇଛି । ଏହାକୁ ‘ମିସନ ପ୍ରାରମ୍ଭ’ର ନାମ ଦିଆଯାଇଛି । ବିକ୍ରମ-ଏସ ଏକ ସବ୍-ଅର୍ବିଟାଲ ଉଡାଣ ଭରିବାକୁ ଯାଉଛି । ତେବେ ପ୍ରଥମ ଥର ପାଇଁ ପ୍ରାଇଭେଟ ସ୍ପେସ କମ୍ପାନୀ ଭାବରେ ସ୍କାଏରୁଟ ଦେଶରେ ରକେଟ୍ ଲଞ୍ଚ କରିବ । ଯାହା ଏକ ଇତିହାସ ସୃଷ୍ଟି କରିଛି । ଏହି ବିକ୍ରମ-ଏସ ରକେଟକୁ ସିଙ୍ଗଲ ଷ୍ଟେଜର ସବ୍-ଅର୍ବିଟାଲ ଭେହିକିଲ ବୋଲି କହିଛନ୍ତି ସ୍କାଏରୁଟର ସିଇଓ ତଥା ସହ ସଂସ୍ଥାପକ ନାଗା ଭରତ ଡାକା । ଲଞ୍ଚିଙ୍ଗ ସମୟରେ ଏହି ରକେଟ୍ ସହ ପରୀକ୍ଷା ପାଇଁ ୩ଟି କମର୍ସିିଆଲ ପେଲୋଡ୍ସ ମଧ୍ୟ ପଠାଯିବ । ତେବେ ଏଥିରେ ସଫଳତା ମିଳିଲେ ପ୍ରାଇଭେଟ ସ୍ପେସ କମ୍ପାନୀର ରକେଟ୍ ଲଞ୍ଚିଙ୍ଗ ମାମଲାରେ ଭାରତ ଦୁନିଆର ଅଗ୍ରଣୀ ଦେଶମାନଙ୍କ ତାଲିକାରେ ସାମିଲ ହେବ ।

पहले निजी रॉकेट की लॉन्चिंग मिशन प्रारंभ का पैच. (फोटोः स्काईरूट एयरोस्पेस)

ଗତବର୍ଷ ନଭେମ୍ୱର ୨୫ ତାରିଖରେ ସ୍କାଏରୋଟ୍ ଏରୋସ୍ପେସ୍ ଏହାର ପ୍ରଥମ ୩ଊ ମୁଦ୍ରିତ କ୍ରିଏୋଜେନିକ୍ ଇଞ୍ଜିନର ସଫଳ ପରୀକ୍ଷଣ କରିଥିଲା ସ୍କାଏରୁଟ ଏରୋସ୍ପେସ । ତେବେ ସାଧାରଣ କ୍ରାୟୋଜୋନିକ ଇଞ୍ଜିନ ଅପେକ୍ଷା ୩ଡି କ୍ରାୟୋଜୋନିକ ଇଞ୍ଜିନ ଅଧିକ ଭରସାଯୋଗ୍ୟ ଏବଂ ପ୍ରାୟ ୩୦ରୁ ୪୦ ପ୍ରତିଶତ ଶସ୍ତା ବୋଲି କହିଛନ୍ତି ବିଜନେସ ଡେଭଲପମେଣ୍ଟ ପ୍ରମୁଖ ସିରିସ ପଲ୍ଲୀକୋଡା ।

Get real time updates directly on you device, subscribe now.