ଏପ୍ରିଲ ୨୦ରୁ ଲକ୍-ଡାଉନ୍ ୨.୦ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସେବା ଓ ବ୍ୟବସାୟକୁ ଆରମ୍ଭ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ, ରେଷ୍ଟୁରାଣ୍ଟ ଖୋଲିବ ନାହିଁ, କିନ୍ତୁ ହାଇୱେରେ ଥିବା ଢାବାଗୁଡିକ ଖୋଲାଯାଇପାରିବ । ଟ୍ରକ୍ ଡ୍ରାଇଭରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ମଦ ଦୋକାନ ଖୋଲିବା ବିଷୟରେ କୌଣସି ଆରାମ ମିଳିନାହିଁ ଅର୍ଥାତ୍ ପୂର୍ବ ପରି ମଦ ଦୋକାନ ବନ୍ଦ ରହିବ ।
ତେବେ ସରକାର ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇ ନଥିବାରୁ ଅନେକ ଲୋକ ନିରାଶ ହୋଇଛନ୍ତି । ଏହା ବ୍ୟତିତ ବାର୍ ଗୁଡିକ ମଧ୍ୟ ପୂର୍ବ ପରି ବନ୍ଦ ରହିବ । ଏହି ନିର୍ଦ୍ଦେଶାନାମା ଅନୁଯାୟୀ ସମସ୍ତ ସିନେମା ହଲ୍, ମଲ୍, ସପିଂ କମ୍ପେ୍ଲକ୍ସ, ଜିମ୍, ସ୍ପୋଟର୍ସ, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ଥିଏଟର, ବାର୍ ଓ ଅଡିଟୋରିୟମ୍ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।