fbpx

ହେତୁବାଦୀଙ୍କୁ ଆକ୍ରମଣ କରିବା ପଡିଲା ମହଙ୍ଗା: ୮ ଜଣ ଗିରଫ

ଭୁବନେଶ୍ୱର: ଗତକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଥିବାବେଳେ ଏହାକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ । ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀମାନେ ସାମୂହିକ ଭାବରେ ଚିକେନ୍ ବିରିୟାନୀ ପ୍ରସ୍ତୁତ କରିଥିଲେ । ଯାହାକୁ ପରମ୍ପରାବାଦୀ ଏବଂ ବଜରଙ୍ଗ ଦଳ ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ ଗଣ୍ଡୋଗଳ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ୮ ଜଣ ଗିରଫ ହୋଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ଲୋହିଆ ଏକାଡେମୀରେ ପଶି ହେତୁବାଦୀଙ୍କୁ ଆକ୍ରମଣ କରିବା ଘଟଣାରେ ବର୍ତ୍ତମାନ ୮ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ୮ ଜଣଙ୍କୁ ଖାରବେଳ ନଗର ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ବଳପୂର୍ବକ ଭାବରେ ପଶିବା ଏବଂ ଆକ୍ରମଣ କରିବା ନେଇ ଏହି ୮ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନା ପୋଲିସ ସମସ୍ତଙ୍କୁ ଗିରଫ କରିଛି ।

ଗତକାଲି ଗ୍ରହଣର ପାକତ୍ୟାଗ ସମୟରେ ରାଜଧାନୀର ଲୋହିୟା ଏକାଡେମୀରେ ହେତୁବାଦୀମାନେ ଏକ ସାମୂହିକ ଭୋଜି ସହିତ ଏକ ଆଲୋଚନା ଚକ୍ର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ବେଳେ ପରମ୍ପରାବାଦୀ ଏବଂ ବଜରଙ୍ଗ ଦଳ ଆସି ଏହାକୁ ବିରୋଧ କରିଥିଲେ । ଏହି ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଦୁଇ ପକ୍ଷ ବିଧା ଗୋଇଠା ମାରିବା ସହିତ ଉଭୟଙ୍କ ଉପରକୁ ଢେଲା ପଥର ମାଡ଼ କରିଥିଲେ । ଯାହାକୁ ନେଇ ହେତୁବାଦୀମାନେ ଖାବବେଳ ନଗର ଥାରା ଦ୍ୱାରସ୍ତ ହେବା ସହ ୮ ଜଣଙ୍କୁ ନାଁରେ ଏତଲା ଦେଇଥିଲେ, ଯାହାଙ୍କୁ ପୋଲିସ ଆଜି ଗିରଫ କରିଛି ।

Get real time updates directly on you device, subscribe now.