fbpx

(Video) ପୁଣି ମୋଦୀଙ୍କ ମହାନତା: ନିଜେ ଅଟକିଗଲେ, ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସମୟରେ କିଛି ନା କିଛି ନୂଆ କାର୍ଯ୍ୟ କରି ଦେଶବାସୀଙ୍କୁ ଚମକାଇ ଦେଇଥାନ୍ତି । ତେବେ ଆସନ୍ତା ୧୨ ତାରିଖରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ରାଜ୍ୟ ଗସ୍ତରେ ଯାଇଥିଲେ ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଆଗକୁ ଯାଉଥିବା ସମୟରେ ହଠାତ୍ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା ।

ସୂଚନା ମୁତାବକ, ଏକ ନିର୍ବାଚନୀ ରାଲିରେ ଯୋଗଦେବାକୁ ଯାଉଥିବା ସମୟରେ କିଛି ସମୟ ପାଇଁ ମୋଦୀଙ୍କ କାରକେଡ୍ ଅଟକି ଯାଇଥିଲା । ଏହାକୁ ନେଇ ସମସ୍ତେ ହତବାକ ହୋଇଯାଇଥିଲେ । ତେବେ ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବା ପାଇଁ ମୋଦୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା । ଏକ ସାଧାରଣ ଆମ୍ବୁଲାନ୍ସ ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ମଝି ରାସ୍ତାରେ ଅଟକିବା ଏକ ସାଧାରଣ କଥା ନୁହେଁ । ଠିକ୍ ସମୟରେ ମୋଦୀ ଜନତାଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇପାରିଥିଲେ ।

ଗତ ମାସରେ ମୋଦୀ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୁଜରାଟ ଗସ୍ତରେ ଯାଇଥିଲେ । ସେହି ସମୟରେ ମଧ୍ୟ ମୋଦୀ ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଥିଲେ । ଅହମ୍ମଦାବାଦରୁ ଗାନ୍ଧିନଗରରୁ ଯାତ୍ରା କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଥିଲେ । ତେବେ ମୋଦୀ ଆଜି ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, କଂଗ୍ରେସ ଯେଉଁ ରାଜ୍ୟରୁ କ୍ଷମତା ହରାଉଛି, ସେଠାରୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୋଇଯାଉଛି । ହିମାଚଳ ପ୍ରଦେଶକୁ ସର୍ବଦା ବାବା ଭୋଲେନାଥ ଆଶିର୍ବାଦ ପ୍ରଦାନ କରିଥାନ୍ତି । ମଜବୁତ ସରକାର ଓ ଡବଲ ଇଞ୍ଜିନ ସରକାର ରାଜ୍ୟର ମୁଖ୍ୟ ଶକ୍ତି ଭାବେ ଉଭା ହେବ ।

Get real time updates directly on you device, subscribe now.