ଜେଲରୁ ଫେରିବା ପରେ କାହିଁକି ବଦଳିଲା ସଞ୍ଜୟଙ୍କ ଅନ୍ଦାଜ,ମୋଦୀ ଆଉ ଶାହାଙ୍କୁ ଭେଟିବାକୁ କାହିଁକି କରୁଛନ୍ତି ଇଚ୍ଛା?

ମୁମ୍ବାଇ:ଦୀର୍ଘ ୧୦୨ ଦିନ ଜେଲରେ ବିତାଇବା ପରେ ବୁଧବାର ଦିନ ଜେଲରୁ ଆସିଛନ୍ତି । ତେବେ ସେ ଜେଲରୁ ଆସିବା ପରେ ତାଙ୍କର ଆବ ଭାବ ପରିବର୍ତ୍ତନ ହୋଇ ଯାଇଛି । ଯେଉଁମାନଙ୍କୁ ବିରୋଧ କରୁଥିଲେ ଏବେ ତାଙ୍କ ମୁହଁରେ ବିରୋଧୀ ମାନଙ୍କର ପ୍ରଶଂସା କରୁଛନ୍ତି । ଯାହା ଶୁଣିବାକୁ ମିଳୁଛି ଏବେ ସଞ୍ଜୟ ତାଙ୍କର ସ୍ୱର ପରିବର୍ତ୍ତନ କରିଛନ୍ତି । ସେ ଜେଲରୁ ଫେରିବା ପରେ ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କୁ ଭେଟିବା ପାଇଁ କହିଥିବା ବେଳେ ବିଜେପି ସରକାରଙ୍କ ପ୍ରଶଂସା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହା ସହିତ ସେ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କୁ ମଧ୍ୟ ଭେଟିବେ ବୋଲି କହିଛନ୍ତି ।

ପାତ୍ରାଚଲ ଘୋଟାଲା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ମନିଲଣ୍ଡରିଙ୍ଗ ମାମଲାରେ  ତାଙ୍କ ବିରୁଦ୍ଧରେ କୌଣସି ଶକ୍ତ ପ୍ରମାଣ ପତ୍ର ମିଳି ନପାରିବାରୁ ତାଙ୍କୁ ଜେଲରୁ ଖଲାସ କରାଯାଇଥିଲା । ତେବେ ସଞ୍ଜୟ ରାଉତ ଜେଲରୁ ମୁକୁଳିବା ପରେ ତାଙ୍କ ବାସଭବ ଠାରେ ଗଣମାଧ୍ୟମଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ କହିଛନ୍ତି ଯେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ଏହା ସହିତ ନିଜର ହାତ ଦେଖାଇ କହିଲେ ଯେ ଦୀର୍ଘ ୩ମାସ ପରେ ମୁଁ ଏହି ହାତରେ ଘଣ୍ଟା ପିନ୍ଧିଛି । ଆଉ ଏହା ମଧ୍ୟ ମୋ ହାତରେ ଠିକ ଭାବରେ ରହୁ ନାହିଁ ।

ଏହା ସହିତ ସଞ୍ଜୟ କହିଛନ୍ତି ଯେଉଁମାନେ ମୋ ବିରୁଦ୍ଧରେ ଏହି ଚକ୍ରାନ୍ତ କରିଥିଲେ ସେମାନେ ବହୁତ ଖୁସି ଅଛନ୍ତି । ତାଙ୍କୁ ଆନନ୍ଦ ମିଳୁଛି । ଏହା ସହିତ ସେ ଏହମଧ୍ୟ କହିଛନ୍ତି ଯେ ଏଥିରେ ମୁଁ କେନ୍ଦ୍ର ଏଜେନ୍ସିର ସମ୍ପୁର୍ଣ୍ଣ ଦୋଷ ଦେବି ନାହିଁ ।

ତେବେ ଗଣମାଧ୍ୟମକୁ ନିଜର ବାର୍ତ୍ତା ଦେବା ବେଳେ ସେ ଏହା ମଧ୍ୟ କହିଲେ ଯେ ମୁଁ ଖୁବ ଶୀଘ୍ର ପିଏମ ଆଉ ଅମିତ ଶାହାଙ୍କୁ ଭେଟିବି । ଆଉ ତାଙ୍କୁ ଜଣାଇବି ଯେ ଜେଲରେ ମୋ ସହିତ କଣ କଣ ଘଟିଛି । ଏହା ସହିତ ଶାହା ହେଉଛନ୍ତି ଗୃହମନ୍ତ୍ରୀ ତାଙ୍କୁ ଭେଟିବାର ହକ ସମସ୍ତଙ୍କର ଅଛି । ତେଣୁ ସେ ତାଙ୍କୁ ଭେଟିବେ ।