fbpx

୨୦୨୨ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କଲା ମୁଡିଜ୍

ନୂଆଦିଲ୍ଲୀ: ରେଟିଂ ଏଜେନ୍ସି ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ଶୁକ୍ରବାର ଦିନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୭.୭ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିଛି। ଦେଶ ଭିତରେ ବୃଦ୍ଧି ପାଉଥିବା ସୁଧ ହାର ଏବଂ ବିଶ୍ୱ ବଜାରରେ ଲାଗି ରହିଥିବା ମାନ୍ଦାବସ୍ତା କାରଣରୁ ଭାରତର ଆର୍ଥିକ ଗତି ପ୍ରଭାବିତ ହେବ। ଦ୍ୱିତୀୟ ଥର ପାଇଁ ମୁଡିଜ୍ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୁର୍ବାନୁମାନକୁ ହ୍ରାସ କରିଛି। ଏହା ପୁର୍ବରୁ ୨୦୨୨ରେ ଭାରତର ଆର୍ଥୀକ ଅଭିବୃଦ୍ଧି ୮.୮ ରହିବ ବୋଲି ଆକଳନ କରିଥିଲା, କିନ୍ତୁ ପରେ ଏହାକୁ ହ୍ରାସ କରି ୭.୭ ପ୍ରତିଶତ କରି ଦେଇଥିଲା।

ବର୍ଷ ୨୦୨୩-୨୪ରେ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ତା ମଧ୍ୟରେ ଭାରତର ଅଭିବୃଦ୍ଧି ହାର ୨୦୨୨ରେ ୭.୭ରୁ ହ୍ରାସ ପାଇ ୭ପ୍ରତିଶତ ରହିବ। ବର୍ତ୍ତମାନ ବିଶ୍ୱ ବଜାର ଧିମା ପଡୁଥିବା ସମୟରେ ଭାରତର ଉଚ୍ଚ ମୁଦ୍ରାସ୍ପିତି ଏବଂ ଉଚ୍ଚ ସୁଧହାରର ପ୍ରଭାବ ଆମର ପୁର୍ବ ଅକଳନଠାରୁ ବହୁତ ଅଧିକ ରହିବ ବୋଲି ମୁଡିଜ୍ କହିଛି। ସେହିପରି ୩୦୨୪ରେ ଭାରତର ଅଭିବୃଦ୍ଦି ଆହୁରି ହ୍ରାସ ପାଇ ୪.୮କୁ ଖସି ଆସିବ। ତେବେ ୨୦୨୪ରେ ଏହା ପୁନଃଶ୍ଚ ୬.୪କୁ ବୃଦ୍ଧି ପାଇବ।

ଏହା ପୁର୍ବରୁ ମୁଡିଜ୍ ଦାବି କରିଥିଲା ଯେ, ବିଶ୍ୱରେ ବୃଦ୍ଧି ପାଉଥିବା ଦରଦାମ ବିଶ୍ୱକୁ ମାନ୍ଦାବସ୍ତା ଆଡ଼କୁ ନେଉଛି। ଏହି କାରଣରୁ ବିକାଶ ହାର ଧିମା ରହିଥିବା ବେଳେ ଅନେକ ଦେଶର ଅର୍ଥନୀତି ଗମ୍ଭିର ଅବସ୍ତାରେ ରହିଛି। ଯେଉଁଥି ପାଇଁ ବୈଶ୍ୱିକ ମାନ୍ଦାବସ୍ତା ଆଶଙ୍କା କରାଯାଉଛି। ଏହି କାରଣରୁ ସେପ୍ଟେମ୍ବର ମାସରେ ମୁଡି ବିଶ୍ୱର ଅଭିବୃଦ୍ଧି ହାର ୨.୭କୁ ହ୍ରାସ କରିଥିଲା, ଯାହା ଜାନୁଆରୀରେ ୪.୨ ପ୍ରତିଶତ ରହିବ ବୋଲି ପୁର୍ବାନୁମାନ କରିଥିଲା।

Get real time updates directly on you device, subscribe now.