fbpx

ପଦ୍ମପୁରରେ ଲଢ଼ିବେ ପ୍ରଦୀପ ପୁରୋହିତ: ବିଧିବଦ୍ଧ ଭାବେ ନାଁ ଘୋଷଣା କଲା BJP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ମାସ ୫ ତାରିଖରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ପଦ୍ମପୁର ବିଧାନସଭା ଉପନିର୍ବାଚନ ଲଢ଼ିବେ ପ୍ରଦୀପ ପୁରୋହିତ । ବିଜେପିରୁ ପଦ୍ମପୁରର ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ପୁରୋହିତ । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ ଟିମ୍ ।

ତେବେ ଡିସେମ୍ବର ମାସ ୫ରେ ଭୋଟିଂ ଥିବା ବେଳେ ଆସନ୍ତା ୧୭ ତାରିଖରେ ରହିଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ସେହିପରି ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ନଭେମ୍ବର ୨୧ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ପୂର୍ବତନ ବିଧାୟକ ପ୍ରଦୀପଙ୍କ ପ୍ରାର୍ଥୀତ୍ୱ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା । ନିକଟରେ ସମାପ୍ତ ହୋଇଥିବା ଧାମନଗର ଉପନିର୍ବାଚନରେ ବିଜେପି ବାଜିମାତ କରିଥିବାରୁ ଦଳ ଏବେ ଉତ୍ସାହିତ ରହିଛି । ଅନ୍ୟପକ୍ଷରେ ବିଜେଡି ଏହି ସିଟରେ ଜିତି ନିଜ ଦୁର୍ଗ ବଜାୟ ରଖିବାକୁ ପ୍ରୟାସ କରିବ । ବିଜେଡିର ପୂର୍ବତନ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଦେହାନ୍ତ ପରେ ଏହି ସିଟଟି ଖାଲି ପଡ଼ିଥିଲା ।

Get real time updates directly on you device, subscribe now.