fbpx

ୟୁପି କଲେଜ ଛାତ୍ରୀର ବଳତ୍କାର ହୋଇ ମୃତ୍ୟୁ ଘଟିଛି, ଆରୋପି କହୁଛି ଏନର୍ଜି ପିଲ ଖାଇ ଏମିତି ହୋଇଛି

ଉତ୍ତରପ୍ରଦେଶ: ଜଣେ ୨୫ବର୍ଷିୟ ଯୁବଙ୍କୁ ଜଣେ କଲେଜ ଛାତ୍ରୀଙ୍କୁ ବଳତ୍କାର ଅଭିଯୋଗରେ ଗିରଫ କରାଯାଇଛି । କଲେଜ ଛାତ୍ରୀଙ୍କ ଗୁପ୍ତାଙ୍ଗରୁ ବହୁ ପରିମାଣରେ ରକ୍ତଶ୍ରାବ ହେବା କାରଣରୁ ଝିଅଟିର ମୃତ୍ୟୁ ଘଟିଛି । ପୋଲିସ ସୂଚନା ମୁତାବକ ରାଜ ଗୌତମ ନାମକ ଜଣେ ବ୍ୟକ୍ତି ସେହି ଝିଅ ଘରେ କେହି ନଥିବା ଅବସ୍ଥାରେ ରେପ କରିଛି । ଯାଂଚପରେ ଯୁବକ ଜଣକ କହୁଛି ସେ ଏନର୍ଜି ପିଲ ଖାଇକି ଉପରେ ହୋଇଛି ।

ପୋଲିସ କହିଛି ଏହି ବ୍ୟକ୍ତି ଜଣକ ଝିଅର ଇଛା ବିରୁଦ୍ଧରେ ଯାଇ ତାକୁ ରେପ କରିଛି ଯାହାଦ୍ୱାରା ଝିଅଟିର ଗୁପ୍ତାଙ୍ଗରୁ ରକ୍ତ ଶ୍ରାବ ହୋଇଛି । ଏହା ଗୌତମ ଦେଖି ଡରିଯାଇ ଝିଅଟିକୁ ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିଲା । ଏହପରେ ଝିଅଟିର ସାନ ଭଉଣୀ ସେହି ବଡ ଭଉଣୀକୁ ବେହୋସ ହୋଇ ପଡିଥିବାର ଦେଖି ଘରେ ସମସ୍ତଙ୍କୁ ଫୋନ କରି ଡାକିଥିଲା । ଏହାପରେ ପୀଡିତାଙ୍କୁ ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ ଝିଅଟିର ଫୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ତାଙ୍କୁ ବଳତ୍କାର କରାଯାଇ ଏପରି ହୋଇଛି । ତେବେ ମୃତକଙ୍କ ବାପା ତାଙ୍କର ପଡୋଶୀ ଜଣେ ୬୫ ବର୍ଷ ମହିଳାଙ୍କ ଉପରେ ଅରୋପ ଲାଗାଇଥିଲେ । ହେଲେ ମୃତ ଝିଅଟିର ଫୋନ ଚେକ କରିବା ପରେ ଗୌତମର ପତା ମିଳିବା ସହ ତାକୁ ଗିରଫ କରାଯାଇଥିଲା । ଏହାପରେ ପୋଲିସ କହିଛି କି ଏହିସବୁ ଘଟଣା ଗୌତମ ତା ନିଜ ମୁହଁରେ ସ୍ୱୀକାର କରିଛି ।

Get real time updates directly on you device, subscribe now.