fbpx

ଜାତୀୟ ପୁରସ୍କାର ୨୦୨୨ ଘୋଷଣା କଲା କ୍ରୀଡ଼ା ମନ୍ତ୍ରାଳୟ, ଦୀପିଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ ଘୋଷଣା କରିଛନ୍ତି। ୩୦ ନଭେମ୍ବରରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଖେଳାଳିମାନେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବେ। ଓଡ଼ିଶାର ହକି ତାରକା ଦୀପିଗ୍ରେସ ଏକ୍କାଙ୍କ ସମେତ ୨୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ସେହିପରି ଟେବୁଲ ଟେନିସ ଖେଳାଳି ଶରତ କମଲ ଆଚାନ୍ତଙ୍କୁ ମେଜର ଧ୍ୟାନ ଚାନ୍ଦ ରତ୍ନ ପୁରସ୍କାର ୨୦୨୨ ପ୍ରଦାନ କରାଯିବ।

ମନ୍ତ୍ରଣାଳୟ ଘୋଷଣା ଅନୁଯାୟୀ, ଶରତ କମଲ ଏକମାତ୍ର ଖେଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିବ। କ୍ରୀଡ଼ାବିତ୍‌କୁ ମାର୍ଗଦର୍ଶନ ଦେଉଥିବା ୪ ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଓ ଲାଇଫ ଟାଇମ କ୍ୟାଟାଗୋରୀ ସମ୍ମାନରେ ୩ ଜଣଙ୍କୁ ସମ୍ମାନୀତ କରାଯିବ। କମିଟିର ସୁପାରିଶକୁ ଆଧାର କରି ଏବଂ ଯାଞ୍ଚ ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ୍, ପ୍ରଶିକ୍ଷକ ଏବଂ ସଂସ୍ଥା ଉପରେ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Get real time updates directly on you device, subscribe now.