fbpx

‘ବୟଫ୍ରେଣ୍ଡ ହୁଅ, ୫୭ ଲକ୍ଷ ଟଙ୍କା ଦରମା ନିଅ’: କୋଟିପତି ମହିଳାଙ୍କୁ ମିଳିଲା ନୂଆ ପ୍ରେମ

ନୂଆଦିଲ୍ଲୀ: ୧୭ ବର୍ଷ ବୟସରେ କୋଟିପତି ହୋଇଥିବା ଯୁବତୀଙ୍କ ଲଭଷ୍ଟୋରୀ ଏବେ ଭାଇରାଲ ହେବାରେ ଲାଗିଛି । ଯୁବତୀଙ୍କ ନାଁ ଜେନ ପାର୍କ ହୋଇଥିବା ବେଳେ ତାଙ୍କୁ ଏବେ ୨୬ ବର୍ଷ ବୟସ ହୋଇସାରିଛି । ଜେନ୍ ନିଜ ପ୍ରେମିକ ସହ ଟିକଟକରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କପଲ୍ ପ୍ରେମରେ ଉବୁଡୁବୁ ହୋଇଥିବା ଦେଖିବାକୁ ମିଳିଛି । ଭିଡିଓରେ ଯୁବତୀ କହିଛନ୍ତି କି, ‘ମୋତେ ପ୍ରେମ ମିଳିଗଲା ।’

୨୦୧୩ରେ ୧୭ ବର୍ଷୀୟା ଜେନ୍ ୯.୫ କୋଟି ଟଙ୍କାର ଲଟେରୀ ଜିତିଥିବା ସବୁଠାରୁ କମ୍ ବୟସ୍କା ଯୁବତୀ ହୋଇ ପାରିଥିଲେ । ଏବେ ପୁଣିଥରେ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଟିକ୍ଟକରେ ନିଜ ପ୍ରେମିକଙ୍କ ସହ ଏକ ଭିଡିଓ ସେୟାର କରି ଯୁବତୀ କହିଛନ୍ତି କି, ତାଙ୍କୁ ତାଙ୍କ ପ୍ରେମ ମିଳି ଯାଇଛି । କହି ରଖୁଛୁ, ଏବେ ଜେନଙ୍କୁ ୨୬ ବର୍ଷ ବୟସ । ସେ ଜଣେ ମଡେଲ ସହିତ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ମଧ୍ୟ । ଲୋକମାନଙ୍କୁ ତାଙ୍କ ଗ୍ଲାମରସ ଫଟୋଗୁଡ଼ିକ ବେଶ୍ ପସନ୍ଦ ଆସିଥାଏ ।

ସୋସିଆଲ ମିଡିଆରେ ଯୁବତୀ ଏବଂ ତାଙ୍କ ପ୍ରେମିକଙ୍କ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି । ପ୍ରଥମରୁ ଲୋକଙ୍କୁ ଲାଗୁଛି ଯେ ଏହି ଯୁବକ ଜେନଙ୍କର ଜଣେ ଫ୍ୟାନ୍ ହୋଇଥିବେ, କିନ୍ତୁ ପରେ ଜେନ୍ ଏ କଥା ଖୁଲାସା କରୁଛନ୍ତି ଯେ ସେ ତାଙ୍କ ବୟଫ୍ରେଣ୍ଡ । ଭାଇରାଲ ଭିଡିଓରେ ଦୁହେଁ କେତେବେଳେ ବାଥ୍ଟବରେ ନଜର ଆସୁଛନ୍ତି ତ କେତେବେଳେ ପରସ୍ପରକୁ କିସ୍ କରୁଥିବାର ଦେଖା ଯାଉଛନ୍ତି । ଜେନ୍ ନିଜ ପ୍ରେମିକ ନାଁ ଲି’ ବୋଲି କହିଛନ୍ତି ।

Get real time updates directly on you device, subscribe now.