fbpx

ଜନ୍ମ ତିଥି ଅନୁସାରେ ଜାଣନ୍ତୁ ଆପଣଙ୍କ ସ୍ୱଭାବ କିପରି

ଜ୍ୟୋତିଷଶାସ୍ତ୍ର ଅନୁସାରେ, ପାଞ୍ଜିର ପ୍ରତ୍ୟେକ ତିଥିର ନିଜର ଏକା ମହତ୍ୱ ରହିଛି । ପ୍ରତିପଦାରୁ ଆରମ୍ଭ କରି ପୁର୍ଣିମା ଯାଏଁ ଅଲଗା ଅଲଗା ତିଥିରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଜାତକର ସମ୍ବନ୍ଧ ଏହି ତିଥି ସହ ରହିଥାଏ । ତିଥି ଅନୁଯାୟୀ ମଧ୍ୟ ମଣିଷ ଜୀବନରେ ଅନେକ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା କେଉଁ ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ କିପରି :

ଵିଵେକୀ ଏବଂ ଧନ୍ୱାନ –

ପ୍ରତିପଦା ଅର୍ଥାତ ପ୍ରଥମ ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶାଳ ପରିବାରଯୁକ୍ତ,ଵିଵେକୀ, ବିଦ୍ୱାନ, ଧନ୍ୱାନ, ସୁଶୀଲ, ସୁନ୍ଦର ହୋଇଥାନ୍ତି । ଏମାନଙ୍କୁ ରାଜକୀୟ କୋଷରୁ ଧନ ମିଳିବାର ସମ୍ଭାବନା ଥାଏ । ଦ୍ୱିତୀୟ ତିଥିରେ ଜନ୍ମ ନେଉଥିବା ବ୍ୟକ୍ତି ଦୟାଳୁ, ଦାନୀ, ଗୁଣ୍ୱାନ,ଵିଵେକୀ, ସଦାଚାରୀ ଏବଂ ସର୍ବଦା ପ୍ରସନ୍ନ ରହୁଥିବା ସ୍ୱଭାବର ହୋଇଥାନ୍ତି ।

ଅଭିମାନୀ ଓ ବିଦ୍ୱାନ :

ତୃତୀୟ ତିଥିରେ ଜନ୍ମ ନେଉଥିବା ବ୍ୟକ୍ତି ବିଦ୍ୱାନ, ଶକ୍ତିଶାଳୀ, ଚାଲାକ, ବିଳାସ ପ୍ରିୟ, ଅଭିମାନୀ ହୋଇଥାନ୍ତି । ଏମାନେ ପ୍ରାୟତଃ ନିଜ ଜନ୍ମ ସ୍ଥାନରୁ ଦୂରରେ ରହିଥାନ୍ତି । ଚତୁର୍ଥୀ ତିଥିରେ ଜନ୍ମ ନେଉଥିବା ବ୍ୟକ୍ତି ସାହସୀ, ବୁଦ୍ଧିମାନ, ଚତୁରତାର ସହ ଖର୍ଚ କରୁଥିବା ସ୍ୱଭାବର ହୋଇଥାନ୍ତି । ଏମାନେ ଅଧିକ କଥା ହେବାକୁ ଭଲ ପାଆନ୍ତି । ସଟ୍ଟା ବଜାର ଲଟେରୀ ଆଦିରେ ଟଙ୍କା ଲଗାଇବାକୁ ଏମାନେ ପସନ୍ଦ କରିଥାନ୍ତି ।

ପରୋପକାରୀ ଓ ସୁସ୍ଥ –

ପଞ୍ଚମୀ ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତି ସୁସ୍ଥ, ଦୟା୍ୱାନ, ପରୋପକାରୀ ହୋଇଥାନ୍ତି । ପରିବାର ତରଫରୁ ଏମାନେ ସୁଖୀ ହୋଇଥାନ୍ତି । ସସଥି ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତି ସତ୍ୟବାଦୀ, ଧନ୍ୱାନ, ପୁତ୍ରବାନ, ଅତ୍ୟନ୍ତ ପରାକ୍ରମୀ, କୀର୍ତ୍ତିବାନ, ଚାଲାକ ଏବଂ ସମାଜରେ ଶ୍ରେଷ୍ଠ ହୋଇଥାନ୍ତି ।

ସୁଖ ସମ୍ପତ୍ତି ଯୁକ୍ତ –

ସପ୍ତମୀ ତିଥିରେ ଜନ୍ମ ନେଉଥିବା ବ୍ୟକ୍ତି ଗୁଣଗ୍ରାହୀ, ଜ୍ଞାନୀ, ସାଧୁ, ଦେବାଦେବୀଙ୍କ ଭକ୍ତ, ଶତ୍ରୁଜିତ ହୋଇଥାନ୍ତି । କିନ୍ତୁ ଏମାନେ ଅନ୍ୟ ଧନ ସମ୍ପତ୍ତି ଉପରେ ଦୃଷ୍ଟି ରଖିଥାନ୍ତି । ଏହି ତିଥିରେ ଜନ୍ମ ହେଉଥିବା ବ୍ୟକ୍ତିଙ୍କର ସାଧାରଣତଃ କନ୍ୟା ସନ୍ତାନ ଜନ୍ମ ହୋଇଥାଏ । ଅଷ୍ଟମୀ ତିଥିରେ ଜନ୍ମ ନେଇଥିବା ବ୍ୟକ୍ତି ସୁଖୀ, ଦୟାଳୁ ସ୍ତ୍ରୀ ଅନୁରକ୍ତ ଏବଂ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଏମାନେ ଶିକ୍ଷା ଦୀକ୍ଷାରେ ସରକାରୀ ସହଯୋଗ ପାଇଥାନ୍ତି ।

କଟୁଭାଷୀ –

ଯେଉଁ ବ୍ୟକ୍ତିଙ୍କ ଜନ୍ମ ନବମୀ ତିଥିରେ ହୋଇଥାଏ ସେମାନେ କଟୁଭାଷୀ, ଆଚାରହୀନ ହୋଇଥାନ୍ତି । ଏମାନେ ସାଧାରଣତଃ ବିଦ୍ୱାନଙ୍କୁ ବିରୋଧ କରିଥାନ୍ତି ଏବଂ ବନ୍ଧୁ ପରିଜନଙ୍କୁ ସହଯୋଗ କରିନଥାନ୍ତି । ଦଶମୀ ତିଥିରେ ଜନ୍ମ ନେଇଥିବା ବ୍ୟକ୍ତି ଧର୍ମଭୀରୁ, ସୁଖ ସମ୍ପତ୍ତିବାନ, ଶାସ୍ତ୍ର ଜ୍ଞାନ୍ୱାନ, ଉଦାର, ବିନମ୍ର ଏବଂ ରସିକ ପ୍ରବୃତିର ହୋଇଥାନ୍ତି ।

କୁଶଳ ବ୍ୟବହାରଯୁକ୍ତ –

ଏକଦଶୀରେ ଜନ୍ମ ନେଇଥିବା ବ୍ୟକ୍ତି ପବିତ୍ର ହୃଦୟଯୁକ୍ତ, ଦେବ, ଦ୍ୱିଜା, ଗୁରୁ ପୂଜା କରୁଥିବା, ଚତୁରପୁଣ୍ୟ ଆତ୍ମା, ପ୍ରସନ୍ନ ଚିତ୍ତ ଏବଂ ଶୁଭକର୍ମ କରିଥାନ୍ତି । ଦ୍ୱାଦଶୀ ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟବହାର କୁଶଳ ହୋଇଥାଏ । ଏମାନେ ଜଳକ୍ରୀଡା ପ୍ରେମୀ, ରାଜଶକ୍ତି ସେବକ ତଥା ଆନଦତା ପ୍ରବୃତିର ହୋଇଥାନ୍ତି ।

ଶୂରବୀର –

ତ୍ରୟୋଦଶୀ ତିଥିରେ ଜନ୍ମ ହେଉଥିବା ବ୍ୟକ୍ତି ସୁନ୍ଦର, ରୂପ୍ୱାନ, ଶୂରବୀର ଏବଂ ଚାଲାକ ହୋଇଥାନ୍ତି । ଏମାନେ ସ୍ତବିକ ପ୍ରକୃତିର ହୋଇଥାନ୍ତି । ଚତୁର୍ଦଶୀ ତିଥିରେ ଜନ୍ମ ହେଉଥିବା ବ୍ୟକ୍ତି କ୍ରୁର, ଅତ୍ୟନ୍ତ ପରାକ୍ରମୀ, ଚାଲାକ ତଥା କାମୁକ ପ୍ରକୃତିର ହୋଇଥାନ୍ତି । ଏମାନେ ସାଧାରଣତଃ କ୍ରୋଧୀ ସ୍ୱଭା୍ୱର ହୋଇଥାନ୍ତି ।

ମାତାପିତାଙ୍କ ସେବାଯୁକ୍ତ –

ପୁର୍ଣିମା ଦିନ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରିୟଦର୍ଶୀ, ନ୍ୟାୟ ପୂର୍ବକ, ପରିଶ୍ରମୀ, ଦୟାଳୁ ଓ ଗୁଣ୍ୱାନ ହୋଇଥାନ୍ତୁ । ଏମନେ ଅତ୍ୟନ୍ତ ବିଳାସପ୍ରିୟ ହୋଇଥାନ୍ତି । ଅମାବାସ୍ୟା ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ଆତ୍ମଚିନ୍ତନଶୀଳ, ପରିଶ୍ରମୀ ହେବା ସହ ମାତାପିତାଙ୍କ ସେବା କରିଥାନ୍ତି ।

Get real time updates directly on you device, subscribe now.