fbpx

ଜୀବନରେ ସଫଳ ହେବାକୁ ଚାହାଁନ୍ତି କି ? ତେବେ ଆପଣାନ୍ତୁ ଚାଣକ୍ୟ ନୀତିର ଏହି ୪ଟି ଗୁଣ

ଜୀବନରେ କିଏ ବା ସଫଳତା ପାଇବାକୁ ନଚାହେଁ ? ପ୍ରାକୃତିକ ରୂପରେ ମନୁଷ୍ୟଙ୍କୁ ଜନ୍ମରୁ ଗୋଟିଏ ଶରୀର ଏବଂ ଏଥିରେ ମସ୍ତିଷ୍କ ମିଳିଥାଏ। ଏହା ସାହାଯ୍ୟରେ ମନୁଷ୍ୟ ବଡ଼ ହେବା ସହ ବାକି ଜିନିଷ ଗୁଡ଼ିକ ମଧ୍ୟ ଶିଖିଥାଏ କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ କିଛି ଜିନିଷକୁ ମନୁଷ୍ୟକୁ ଶିଖାଇବାକୁ ପଡ଼ିନଥାଏ। ଏହି ସବୁ ଜିନିଷ ପ୍ରତ୍ୟେକ ମନୁଷ୍ୟଙ୍କଠାରେ ସମାହିତ ଥାଏ,ଯେଉଁଗୁଡ଼ିକ ପରିବର୍ତ୍ତନ କରାଯାଇପାରିବ ନାହିଁ। କେତେକ ମନୁଷ୍ୟ ଏଗୁଡ଼ିକ ଉପଯୁକ୍ତ ବ୍ୟବହାର କରି ଜୀବନକୁ ସଫଳ କରିଥାଆନ୍ତି ଏବଂ ଆଉ କେତେକ ବ୍ୟକ୍ତି ରହି ଯାଆନ୍ତି। ନିଜ ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ସେହି ୪ଟି ବିଷୟରେ ଉଲ୍ଲେଖ କରିଥିଲେ,ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଥାଏ।

ଦାନ : ଦାନ କରିବା ଏକ ଏପରି ଗୁଣ ଯାହା ନ ରହିଲେ ବ୍ୟକ୍ତିଙ୍କ ପାଖେ ଅଜସ୍ର ଧନ ସମ୍ପତ୍ତି ଥିବା ସତ୍ବେ ସେ କୌଣସି ଗରିବ ଲୋକଙ୍କୁ ସାହାଯ୍ୟ କରିପାରେ ନାହିଁ। ଏହି ଗୁଣ ସହ ଧନୀ –ଗରିବଙ୍କ କୌଣସି ସମ୍ପର୍କ ନଥାଏ। ସମସ୍ତେ ଦାନ କରି ପାରିବେ।

ଧୈର୍ଯ୍ୟ : ଧୈର୍ଯ୍ୟ ରଖିବା କୌଣସି ବ୍ୟକ୍ତିଙ୍କୁ ଶିଖାଯାଇନଥାଏ। ଏହା ଏକ ପ୍ରାକୃତିକ ଗୁଣ। ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଏହାର କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ।

ନିଷ୍ପତ୍ତି ନେବାର କ୍ଷମତା : ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ସମ୍ବନ୍ଧିତ କିମ୍ବା ଜୀବନର ଅନେକ ଗତିବିଧି ସମ୍ବନ୍ଧିତ ନିଣ୍ଣୟ ନେବାକୁ ପଡ଼ିଥାଏ କିନ୍ତୁ ସମସ୍ତ ବ୍ୟକ୍ତି ଠିକ୍ ନିଷ୍ପତ୍ତି ନେଇ ପାରନ୍ତି ନାହିଁ। କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଏହାର କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ। କେତେକ ଲୋକ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ନିଷ୍ପତ୍ତି ନେଇଥାଆନ୍ତି କିନ୍ତୁ କେତେକଙ୍କଠାରେ ଏହି କ୍ଷମତା ଖୁବ୍ କମ୍ ଥାଏ।

ମଧୁର ବାଣୀ : ମନୁଷ୍ୟ ପିଲାଦିନୁ କଥା କହିବା ଆରମ୍ଭ କରିଥାଏ କିନ୍ତୁ ବଡ଼ ହେବା ପରେ ମନୁଷ୍ୟର କଥା ଯେପରି ହୋଇଥାଏ ତା’ର ବିକାଶ ମଧ୍ୟ ସେହିଭଳି ହୋଇଥାଏ। ମିଠା କଥା କହିବାର ଗୁଣ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଥାଏ କିନ୍ତୁ ବହୁତ କମ୍ ଲୋକ ଥାଆନ୍ତି ଯେଉଁମାନେ ଏହି ଗୁଣକୁ ନିଜ ଜୀବନରେ ଠିକ ଭାବେ ବ୍ୟବହାର କରିଥାଆନ୍ତି। ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଜନ୍ମରୁ ଏହି ୪ଟି ଗୁଣକୁ ଠିକଭାବେ ବ୍ୟବହାର କରିଥାଆନ୍ତି, ସେମାନଙ୍କୁ ସଫଳତା ପାଆନ୍ତି ।

Get real time updates directly on you device, subscribe now.