fbpx

ଗୃହଋଣ ସୁଧହାର ହ୍ରାସ କଲା ଏହି ବ୍ୟାଙ୍କ: ଗ୍ରାହକ ହେବେ ମାଲାମାଲ୍

ମୁମ୍ବାଇ : ବ୍ୟାଙ୍କ ଅଫ୍ ବରୋଦା (ବ୍ୟାଙ୍କ), ଭାରତର ଏକ ଅଗ୍ରଣୀ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଆଜି ଗୃହ ଋଣ ସୁଧ ହାରକୁ ୨୫ ବେସିସ୍ ପଏଂଟସ (ବିପିଏସ୍) କୁ ହ୍ରାସ କରି ବାର୍ଷିକ ୮.୨୫% କରିଥିବା ଘୋଷଣା କରିଛି ଯାହାକି ନଭେମ୍ବର ୧୪, ୨୦୨୨ ଠାରୁ ସୀମିତ ଅବଧି ପାଇଁ ଉପଲବ୍ଧ ରହିବ । ଏହା ଉଦ୍ୟୋଗରେ ସବୁଠାରୁ କମ୍ ଓ ସବୁଠାରୁ ପ୍ରତିଯୋଗୀତାମୂଳକ ଗୃହ ଋଣ ସୁଧ ହାର ଅଟେ ।

ଏହି ସ୍ୱତନ୍ତ୍ର ହାର ଡିସେମ୍ବର ୩୧, ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ସୁଧ ହାରରେ ୨୫ ବିପିଏସ୍ ଡିସକାଉଂଟ ସହିତ, ବ୍ୟାଙ୍କ ମଧ୍ୟ ପ୍ରୋସେସିଂ ଫି କୁ ଛାଡ଼ କରିଛି । ଏହି ନୂତନ ହାର ୮.୨୫% ବାର୍ଷିକରୁ ଆରମ୍ଭ ହେଉଛି । ଏହା ଋଣଗ୍ରହୀତାଙ୍କ ନିମନ୍ତେ ଫ୍ରେସ୍ ଗୃହ ଋଣ ତଥା ବାଲାନ୍ସ ଟ୍ରାନ୍ସଫରରେ ଉପଲବ୍ଧ ରହିଛି । ଏହି ସ୍ପେଶିଆଲ୍ ରେଟ୍ ଋଣଗ୍ରହୀତାଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ସହିତ ଲିଙ୍କ ରହିଛି ।

Get real time updates directly on you device, subscribe now.