ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ସବୁ ଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ଶ୍ରଦ୍ଧା-ଅଫତାବଙ୍କ କାହାଣୀ । କିପରି ପ୍ରଥମେ ପ୍ରେମ ତାପରେ ଦୁହେଁ ସାଙ୍ଗ ହୋଇ ରହିବା ତଥା ବର୍ତ୍ତମାନ ର କହିବା ଅନୁସାରେ ଲିଭ ଇନ ରିଲେସନସିପ ରହିବା, ତାପରେ ପ୍ରେମିକାଙ୍କୁ ହତ୍ୟା କରି ତାର ଶରୀରକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିବା ଏବେ ପ୍ରାୟ ସବୁ ଗଣମାଧ୍ୟମର ବିଷୟବସ୍ତୁ ପାଲଟିଛି । ତେବେ ପ୍ରଶ୍ନ ଉଠୁଛି କାହିଁକି ଏଭଳି ହତ୍ୟାକାଣ୍ଡ ଘଟୁଛି । ଏହାପଛର କାରଣ କଣ? ଲିଭ ଇନ ରହିଲେସନସିପରେ ରହିବା ପରେ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେଉଛି କି? ଜନସାଧାରଣଙ୍କ ମନରେ ଏହି ଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।
ତେବେ ବର୍ତ୍ତମାନର ଯୁବପିଢ଼ି ତରବର ହୋଇ କିଛି ଏଭଳି ନିଷ୍ପତ୍ତି ନେଉଛନ୍ତି ଯାହାକୁ ନେଇ ବର୍ତ୍ତମାନ ଏହି ସବୁ ହତ୍ୟାକାଣ୍ଡ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ୨୦୧୮ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଦେଶର ପ୍ରାୟ ୨୬ ପ୍ରତିଶତ ୧୮ରୁ ୩୫ ବର୍ଷର ଯୁବ ପିଢ଼ୀ ମାନେ ଲିଭଇନ ସମ୍ପର୍କକୁ ଅଧିକ ପ୍ରାଧ୍ୟନ୍ୟ ଦେଉଛନ୍ତି ବିବାହ ତୁଳନାରେ । ଯେଉଁ ଠାରେ କି ୮୦ ପ୍ରତିଶତ ଯୁବପିଢ଼ି ଲିଭ-ଇନ ସମ୍ପର୍କକୁ ଆଦୌ ଗ୍ରହଣ କରୁ ନାହାନ୍ତି ।
ଯୁବପିଢ଼ି ମାନେ ଲାଇଭ୍-ଇନ୍ ସଂସ୍କୃତିକୁ ଗ୍ରହଣ କରୁଥିବାବେଳେ, କିଛି ବିଶ୍ୱାସ କରୁଛନ୍ତି ଯେ ଶ୍ରଦ୍ଧାଙ୍କ ହତ୍ୟାରେ ଲିଭ-ଇନ୍ ସମ୍ପର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେମାନେ ବିଶ୍ୱାସ କରନ୍ତି ଯେ ଲିଭ-ଇନ୍ ସମ୍ପର୍କରେ ଝିଅ କିମ୍ବା ପୁଅମାନଙ୍କର କୌଣସି ଅଧିକାର ନାହିଁ କାରଣ ଦେଶରେ ଲିଭ-ଇନ୍ ସମ୍ପର୍କ ବିଷୟରେ କୌଣସି ନିୟମ ନାହିଁ କିନ୍ତୁ କୋର୍ଟ ଅନେକ କ୍ଷେତ୍ରରେ ମହିଳାଙ୍କ ଅଧିକାରକୁ ବ୍ୟାଖ୍ୟା କରିଛନ୍ତି। ବିବାହିତ ମହିଳାଙ୍କ ପରି ଲିଭ-ଇନ୍ ମହିଳାଙ୍କୁ ସମାନ ଅଧିକାର ଦେବାକୁ କୋର୍ଟ ଚେଷ୍ଟା କରିଛନ୍ତି।
ଲିଭ-ଇନ୍ ସମ୍ପର୍କ ଉପରେ କୋର୍ଟର ରାୟ:
ଘରୋଇ ହିଂସା ଆଇନ, ୨୦୦୫, ଏହାର ବିଭାଗ ୨F ରେ ପ୍ରଦତ୍ତ ସୁରକ୍ଷା, ଲିଭ-ଇନ୍ ରେ ରହୁଥିବା ମହିଳାଙ୍କ ଉପରେ ଲାଗୁ ହୁଏ ।
ସୁପ୍ରିମକୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦୀର୍ଘ ଦିନ ଧରି ଏକାଠି ରହୁଥିବା ଏକ ଦମ୍ପତିଙ୍କୁ ଆଇନଗତ ବିବାହିତ ବୋଲି ବିଚାର କରାଯିବ।
କେବଳ ଏତିକି ନୁହେଁ, ଯଦି ଲିଭ-ଇନ୍ ସମ୍ପର୍କ ରେ ଦମ୍ପତିଙ୍କର ସନ୍ତାନ ଅଛି, ତେବେ ସେମାନଙ୍କୁ ମଧ୍ୟ ସେମାନଙ୍କର ପିତାଙ୍କ ସମ୍ପତ୍ତିର ଅଧିକାର ଦେବାକୁ ପଡ଼ିବ।
ତେବେ ଏହା ବିରୁଦ୍ଧରେ କୋର୍ଟର ରାୟ ଥିଲେ ମଧ୍ୟ କିଛି ଠୋସ ଆଇନ ନାହିଁ । ଯାହା ଦ୍ୱାରା ଦେଶରେ ଏଭଳି ଅପରାଧ କ୍ରମାଗତ ବଢ଼ିବାରେ ଲାଗିଛି । ଏହା ସମାଜ ଉପରେ ମଧ୍ୟ କୁ ପ୍ରଭାବ ପକାଇବା ସହ ଆଗାମୀ ପିଢ଼ିକୁ ଖରାପ ରାସ୍ତରେ ବଢ଼ିବା ପାଇଁ ପ୍ରୋତ୍ସାହନ ଯୋଗାଉଛି ତେଣୁ ଏହାକୁ ରୋକିବା ପାଇଁ ଏହା ଉପରେ କୌଣସି ଠୋସ ପଦକ୍ଷେପ କିମ୍ବା ଏହାକୁ ନେଇ ଆଇନ ଆଣିବା ନିହାତି ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।