ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟୋକ ଗ୍ରହ ନକ୍ଷତ୍ରଙ୍କ କିଛି ନା କିଛି ପ୍ରଭାବ ରହିଥାଏ । ତେଣୁ ସେମାନେ ଯେତେବେଳେ ସେମାନଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରନ୍ତି ଏହା ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ । ଯାହାଫଳରେ ଜଣେ ବ୍ୟକ୍ତି ତାର ଜୀବନରେ ଉନ୍ନତି କରିଥାଏ ନଚେତ୍ ଅବନତି । ତେବେ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ସାହାସ, ପରାକ୍ରମ,ଶକ୍ତି ଆଦିର କାରକ ଭାବରେ ବିବେଚନା କରାଯାଏ । ଯେ କି ୧୩ ନଭେମ୍ବରରେ ତାଙ୍କର ଗତି ଏବଂ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିଛନ୍ତି । ଏଥିସହିତ ସେ ୧୩ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ସେହି ରାଶିରେ ଚଳନ କରିବେ । ଫଳରେ ମୋଟ ୧୨ ଟି ରାଶି ଉପରେ ତାର ପ୍ରଭାବ ପକାଇବ । କିନ୍ତୁ ଖାସ୍ କରି ୪ ଟି ରାଶି ଉପରେ ଏହାର ପ୍ରଭାବ ଅଧିକ ରହିବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିବା ସହ ଧନବାନ ହେବେ ଏବଂ ଜୀବନରେ ଅନେକ ସଫଳତା ହାସଲ କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ …
ମେଷ: ଜ୍ୟେତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ଦ୍ୱିତୀୟ ଭାବରେ ମଙ୍ଗଳ ଗ୍ରହ ପ୍ରବେଶ କରିସାରିଛନ୍ତି । ଫଳରେ ଏହା ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଏହି ସମୟ ମଧ୍ୟରେ ଏହି ରାଶିର ବ୍ୟକ୍ତିମାନଙ୍କ ଆୟ ବୃଦ୍ଧି ହେବା ସହ ବେପାର ବାଣିଜ୍ୟରେ ଅନେକ ଲାଭ ହେବ । ଏଥି ସହିତ ପରିବାରରେ ମଧ୍ୟ ସୁଖ ଶାନ୍ତି ଲାଗି ରହିବ । ଯେଉଁ କାରଣରୁ ୨୦୨୩ ରେ ଆପଣ ଧନବାନ ହେବା ସହ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
କର୍କଟ:ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳଙ୍କ ଚାଳନା ଶୁଭ ଫଳ ପ୍ରଦାନ କରିବ । ଫଳରେ ଜୀବନରେ ଉନ୍ନତି ହେବା ସହ ଆୟ ପ୍ରାପ୍ତିର ବିଭିନ୍ନ ବାଟ ମିଳିବାର ସମ୍ଭାବନା ରହିଛି । ମଙ୍ଗଳ ଗ୍ରହ ଚାଳନାର ଏହି ଅବଧି ମଧ୍ୟରେ କର୍କଟ ରାଶିର ବ୍ୟକ୍ତିମାନେ ଭାବି ଚିନ୍ତି କାମ କରିଲେ ଏହା ଆପଣଙ୍କୁ ଅନେକ ସଫଳତା ପ୍ରଦାନ କରିବ । ତେବେ ୨୦୨୩ରେ ଏହି ରାଶିର ବ୍ୟକ୍ତିମାନେ ଭାଗ୍ୟଶାଳୀ ହେବାର ଯୋଗ ରହିଛି ।
ଧନୁ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ । ଏହି ସମୟ ମଧ୍ୟରେ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ଆସିବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ହାସଲ କରିବେ । ଏଥିସହିତ ୨୦୨୩ ବର୍ଷ ଧନୁ ରାଶିର ବ୍ୟକ୍ତିମାନଙ୍କୁ ଅନେକ ସଫଳତା ପ୍ରଦାନ କରିବ ।
ମୀନ: ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳ ଗ୍ରହର ଗତି ଓ ରାଶି ପରିବର୍ତ୍ତନ ଅନେକ ସଫଳତା ପ୍ରଦାନ କରିବ । ଏହି ସମୟ ମଧ୍ୟରେ ବେପାରଣ ବାଣିଜ୍ୟରେ ବୃଦ୍ଧି ହେବା ସହ ଧନ ପ୍ରାପ୍ତିର ଯୋଗ ରହିଛି । ଏଥିସହିତ ୨୦୨୩ ମଧ୍ୟ ଏହି ରାଶିର ହବ୍ୟକ୍ତିମାନଙ୍କୁ ଶୁଭ ଫଳ ପ୍ରଦାନ କରିବ ।