fbpx

୨୦୨୪ରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଡୋନାଲ୍ଡ ଟ୍ରମ୍ପ; ଦୁଇବର୍ଷ ପୂର୍ବରୁ କଲେ ଘୋଷଣା

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଆଗାମୀ ନିର୍ବାଚନ୨୦୨୪ ମସିହାରେ ଏହାକୁ ଥିବା ବେଳେ ଏହାକୁ ନେଇ କିଛି ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଏହି ମାମଲାରେ ସବୁଠୁ ଆଗରେ ଅଛି ଆମେରିକା । ଯିଏକି ବର୍ତ୍ତମାନ ଠାରୁ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଆମେରିକାର ପୂର୍ବତନ ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ନିର୍ବାଚନରେ ପୁଣି ମୈଦାନକୁ ଓହ୍ଲାଉଛନ୍ତି । ଏଥିପାଇଁ ସେ ଆଜି ଔପଚାରିକ ଭାବରେ ସମସ୍ତ ଦସ୍ତାବିଜ ଦାଖଲ କରିଥିବା ଜଣା ପଡିଛି । ଫଳରେ ବର୍ତ୍ତମାନ ଆମେରିକାର ରାଜନୈତିକ ପାଣିପାଗ ସରଗରମ ହୋଇଛି । ତେବେ ଟ୍ରମ୍ପ ଏହାକୁ ମିଶାଇ ତୃତୀୟ ଥର ପାଇଁ ରଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି ।

ତେବେ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ସେ ସିଧାସଳଖ ଭାବରେ କହିଛନ୍ତି ଯେ,ଟ୍ରମ୍ପ ଆମେରିକାବାସୀଙ୍କୁ ନିରାଶ କରିଛନ୍ତି । ତେଣୁ ଏଥର ନିର୍ବାଚନରେ ସେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ ନାହିଁ ।

ଅନ୍ୟପକ୍ଷେ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଦୁଇଟି ରାଜନୈତିକ ଦଳ ମଧ୍ୟରୁ ବିଦ୍ଧିବଧଭାବେ ପ୍ରାର୍ଥୀତ୍ବ ଘୋଷଣା କରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ। ସେ ଗତକାଲି ରାତିରେ ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଥିଲେ । ଯାହାକୁ ଆମେରିକୀୟ ଟେଲିଭିଜନ୍‌ରେ ‘ଲାଇଭ୍‌ ବ୍ରଡ୍‌କାଷ୍ଟ୍‌’ କରାଯାଇଥିଲା । ତେବେ ଟ୍ରମ୍ପ୍‌ ଶହ ଶହ ସମର୍ଥକମାନଙ୍କୁ କହିଛନ୍ତି ଯେ, ଆମେରିକାକୁ ପୁଣି ମହାନ୍‌ କରିବା ଲାଗି ଆଜି ରାତିରେ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିମନ୍ତେ ମୋର ପ୍ରାର୍ଥୀତ୍ବ ଘୋଷଣା କରୁଛି।
୨୦୨୪ ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଅନେକ ପ୍ରାର୍ଥୀ ରହିଥିବା ବେଳେ ଏଥିରେ ଟ୍ରମ୍ପଙ୍କ ପାର୍ଟି ତଥା ଫ୍ଲୋରିଡାର ରାଜ୍ୟପାଳ ୪୪ ବର୍ଷିୟ ରୋନ୍‌ ଡି‌ସାଣ୍ଟିସ୍‌ ଏବଂ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ମଧ୍ୟ ସାମିଲ ଅଛନ୍ତି । ତେଣୁ ଏହି ଦୁଇଜଣଙ୍କୁ ପ୍ରତିଦ୍ବନ୍ଦ୍ବିତାରୁ ଦୂରେଇ ରଖିବା ପାଇଁ ଟ୍ରମ୍ପ ଯଥେଷ୍ଟ ପୂର୍ବରୁ ତାଙ୍କର ପ୍ରାର୍ଥୀତ୍ବ ଘୋଷଣା କରିଥିବା ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

Get real time updates directly on you device, subscribe now.