fbpx

ଭିଟାମିନ-ଡି ଅଭାବରୁ ପିଲାମନଙ୍କ ଠାରେ ଦେଖାଦେଇଥାଏ ଏହି ୪ଟି ରୋଗ; ତୁରନ୍ତ ହୋଇ ଯାଆନ୍ତୁ ସତର୍କ

ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କର ପିଲାର ସଠିକ୍ ଭାବରେ ବିକାଶ ହେବା ଉଚିତ ଏବଂ ଖାଦ୍ୟ ମାଧ୍ୟମରେ ସେ ସମ୍ପୂର୍ଣ୍ଣ ପୁଷ୍ଟିକର ତତ୍ତ୍ୱ ଏବଂ ପୋଷଣ ପାଇବା ପାଇବା ଉଚିତ । କିନ୍ତୁ କିଛି କ୍ଷେତ୍ରରରେ ଏହିସବୁପରେ ମଧ୍ୟ ପିଲାଙ୍କ ମାଧ୍ୟରେ ଅନ୍ୟାନ୍ୟ ଅଭାବ ରହିଥାଏ ଯାହା ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ ଅନ୍ୟ ପୁଷ୍ଟିକର ଖାଦ୍ୟ ପରି ଭିଟାମିନ୍ ଡି ମଧ୍ୟ ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ଅଭାବ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେବେ ଏହାର ଅଭାବରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମସ୍ୟା ବିଷୟରେ…

ପିଲାମାନଙ୍କ ଠାରେ ଭିଟାମିନ୍ ଡି ଅଭାବ ରୋଗ:

ମାନସିକ ଦୁର୍ବଳତା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭିଟାମିନ ଡି ଶିଶୁର ମାନସିକ ସିସ୍ଥି ପାଇଁ ଅତ୍ୟନ୍ତି ଗୁରୁତ୍ୱ ପୂର୍ଣ୍ଣ । ଯଦି ଶିଶୁର ଶରୀରରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଡି ନଥାଏ, ତେବେ ଏହା ସେମାନଙ୍କର ମସ୍ତିଷ୍କର ବିକାଶ ଉପରେ ପ୍ରଭାବ ପକାଇଥାଏ । ଫଳରେ ପିଲାର ସ୍ମରଣ ଶକ୍ତି କମ ହୋଇଯାଇଥାଏ । ତେବେ ଭିଟାମିନ-ଡି ମସ୍ତିଷ୍କରେ ଥିବା ରାସାୟନିକ ପଦାର୍ଥ ସେରୋଟୋନିନ୍ ଏବଂ ଡୋପାମାଇନ୍ ତିଆରି କରିବାରେ ସାହାଯ୍ୟ କରିଥାଏ, ଯାହା ମନ ଏବଂ ମସ୍ତିଷ୍କକୁ ତିକ୍ଷ୍ମ କରିଥାଏ ।

ରକ୍ତହୀନତା:ଭିଟାମିନ୍ ଡି ଅଭାବ ପିଲାମାନଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । କାରଣ ଏହା ସେମାନଙ୍କ ଶରୀରରେ ରକ୍ତହୀନତାର ଆଶଙ୍କାକୁ ବଢାଇଥାଏ । ଫଳରେ ପିଲାର ଶରୀରର ଦୁର୍ବଳ ହୋଇଯାଏ ଏବଂ ବିଭିନ୍ନ ସମସ୍ୟା ଦେଖାଦିଏ ।

ଦୁର୍ବଳ ପ୍ରତିରୋଧକ ଶକ୍ତି: ଭିଟାମିନ୍ ଡି ହେଉଛି ଏପରି ପୁଷ୍ଟିକର ଖାଦ୍ୟ ଯାହା ସାହାଯ୍ୟରେ ପିଳାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଯାଇ ପାରିବ । ଯଦି ପିଲାମାନଙ୍କ ଶରୀରରେ ଏହି ଭିଟାମିନର ଅଭାବ ଥାଏ, ତେବେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ଯେଉଁ କାରଣରୁ ପିଲାମାନେ ଅନେକ ସମୟରେ ଅସୁସ୍ଥ ରହିଥାନ୍ତି ।

ରିକେଟ୍ସ ହେବାର ଆଶଙ୍କା: ଭିଟାମିନ୍ ଡି ର ଅଭାବ ହେତୁ ପିଲାଙ୍କୁ ରିକେଟ୍ସ ରୋଗ ହେବାର ଆଶଙ୍କା ଥାଏ । ଯାହାଫଳରେ ସେମାନଙ୍କ ପାଦର ଆକାର ଧନୁ ପରି ହୋଇଯାଏ,ଯେଉଁ କାରଣରୁ ସେମାନଙ୍କୁ ଚାଲିବାରେ ଅସୁବିଧା ହୁଏ । ତେଣୁ ପଲାଙ୍କ ପାଇଁ ଭିଟାମିନ -ଡି ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହି ଭିଟାମିନ ପାଇଁ ଆପଣ ପିଲାମନଙ୍କୁ ପ୍ରତ୍ୟେକ ଦିନ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଗେବା ଆବଶ୍ୟକ ।

Get real time updates directly on you device, subscribe now.