fbpx

୩୦ ବର୍ଷ ପରେ କୁମ୍ଭ ରାଶିରେ ପ୍ରବେଶ କରିବେ ଶନି; ୩ ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଓ ଗତି ଉଭୟ ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନ ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ଯେଉଁ କାରଣରୁ କିଏ ଜୀବନରେ ସଫଳତା ପାଇଥାଏ ତ ଆଉ କିଏ ଅନେକ ସମସ୍ୟା ଦେଇ ଗତି କରିଥାଏ । ତେବେ ଏହାରି ମଧ୍ୟରେ ଅନେକ ଗ୍ରହ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥିବା ବେଳେ ନ୍ୟାୟର ଦେବତା କୁହାଯାଉଥିବା ଶନି ମଧ୍ୟ ତାଙ୍କ ରାଶି ଓ ଗତି ଉଭୟ ପରିବର୍ତ୍ତନ କରିଛନ୍ତି । ଜ୍ୟୋତଷ ଶାସ୍ତ୍ର ଅନୁଯାୟୀ ଶନିଙ୍କୁ ଖୁବ୍ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ବୋଲି କୁହାଯାଇଥାଏ । କାରଣ ସେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବଶ ପାଇଁ ଅଢେଇ ବର୍ଷ ସମୟ ଲାଗିଥାଏ । କିନ୍ତୁ ସେହି ରାଶିରେ ପୁଣିଥରେ ପ୍ରବେଶ ପାଇଁ ଶନି ପାଇଁ ୩୦ ବର୍ଷ ସମୟ ନେଇଥାନ୍ତି । ତେବେ ଶନି ୧୭ ଜାନୁଆରୀ ୨୦୨୩ ମସିହାରେ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ଏହା ସମସ୍ତ ୧୨ ରାଶି ଉପରେ ତାର ପ୍ରଭାବ ପକାଇବ । କିନ୍ତୁ ଖାସ୍ କରି ୩ ଟି ରାଶି ଉପରେ ଏହାର ପ୍ରଭାବ ଅଧିକ ରହିବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅନେକ ଶୁଭ ଫଳ ମିଳିବା ସହ ଜୀବନରେ ସଫଳତା ହାସଲ କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୩ ଭାଗ୍ୟଶାଳୀ ରାଶି ବିଷୟରେ …

ମକର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି କୁମ୍ଭ ରାଶିରେ ପ୍ରବେଶ କରିବା ଦ୍ୱାରା ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ଫଳ ପ୍ରାପ୍ତି ହେବ । କୁମ୍ଭ ରାଶିର ବ୍ୟକ୍ତିମାନେ ଜୀବନରେ ସଫଳତା ହାସଲ କରିବା ସହିତ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । ତେଣୁ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅସନ୍ତା ବର୍ଷ ଶୁଭ ଦାୟକ ହେବାର ସମ୍ଭାବନା ରହିଛି ।

କୁମ୍ଭ: ନ୍ୟାୟର ଦେବାତା କୁହାଯାଉଥିବା ଶନି ଦୀର୍ଘ ୩୦ ବର୍ଷ ପରେ ପୁଣି କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ଏହି ରାଶିର ବ୍ୟକ୍ତିମାନେ ତାଙ୍କ ଜୀବନରେ ଅନେକ ସଫଳତା ପାଇବାର ସମ୍ଭାବନା ଅଛି । ଏଥିସହିତ ଅନେକ ଦିନଧରି ଅଟକି ରହିଥିବା କାମ ହେବାର ମଧ୍ୟ ଯୋଗ ରହିଛି । ତେବେ ଶନିଙ୍କ ପ୍ରବେଶ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେଇପାରେ । ଏତତ୍ ବ୍ୟତୀତ ପରିବାରରେ ମଧ୍ୟ ସୁଖ ଶାନ୍ତି ଲାଗି ରହିବ ।

ଧନୁ: ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଙ୍କ ରାଶି ପରିବର୍ତ୍ତନ ଅନେକ ଶୁଭ ଫଳ ପ୍ରଦାନ କରିବ । ଏହି ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କୁ ସଫଳତାର ଅନେକ ବାଟ ମିଳିବ । ଏଥିସହିତ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । ତେବେ ଶନି ଦୀର୍ଘ ୩୦ ବର୍ଷ ପରେ ତାଙ୍କ ରାଶି ପରିବର୍ତ୍ତନ କରୁଥିବାରୁ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ସମୟ ବହୁତ ଅନୁକୁଳ ରହିବ । ସେ ଯେଉଁ କାମ କରିବେ ସେଥିରେ ତାଙ୍କୁ ସଫଳତା ମିଳିବ ।

Get real time updates directly on you device, subscribe now.