fbpx

ଅଭିନେତା ନାଗା ସୁର୍ଯ୍ୟଙ୍କୁ ମହଙ୍ଗା ପଡିଲା ନୋ ୱାଟର ଡାଇଟ୍ ; ବିବାହର ୪ ଦିନ ପୂର୍ବରୁ ଘଟିଲା…

ମୁମ୍ବାଇ: ସାଉଥ ଅଭିନେତା ନାଗା ସୁର୍ଯ୍ୟ ତାଙ୍କ ର ଷ୍ଟାଇଲ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଚମତ୍କାର ଅଭିନୟ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ସାଉଥ ଅଭିନେତା ନାଗା ସୁର୍ଯ୍ୟ ତାଙ୍କ ଆଗାମୀ ଫିଲ୍ମ ଏନଏସ୨୪ର ସୁଟିଂକୁ ନେଇ ବ୍ୟସ୍ତ ଥିବାବେଳେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଯାହାକି ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସାଉଥ ଷ୍ଟାର ନାଗା ସୁର୍ଯ୍ୟ ଆଗାମୀ ଫିଲ୍ମ ଏନଏସ୨୪ର ସୁଟିଂ ସମୟରେ ହଠାତ୍ ବେହୋସ ହୋଇ ପଡିଥିଲେ । ଫଳରେ ତାଙ୍କୁ ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଟିକେ ଭଲ ଥିବା ବେଳେ ନୋ ୱାଟର ଲେବଲ ଡାଇଟ ପାଇଁ ଏପରି ହୋଇଥିବା ଜଣାପଡିଛି । ତେବେ ଡାକ୍ତରଙ୍କ କହିବା ଅନୁଯାୟୀ, ଅଭିନେତା ନାଗା ସୁର୍ଯ୍ୟଙ୍କ ଶରୀରରେ ପାଣିର ମାତ୍ରା କମ ହୋଇଯାଇଛି । ଫଳରେ ତାଙ୍କ ଶରୀର ଦୁର୍ବଳ ହୋଇଯିବା ସହ ସେ ହାଇଗ୍ରେଡ ଫିବରରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହିତ ସେ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ଥିବା ଜଣା ପଡିଛି । ତେବେ ତାଙ୍କ ଶରୀରରେ ଥିବା ଜଳସ୍ତର ସନ୍ତୁଳିତ ଅବସ୍ତାକୁ ଆସିବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି । ନାଗା ତାଙ୍କ ଆଗାମୀ ଚଳଚିତ୍ର ପାଇଁ କଠିନ ପରିଶ୍ରମ ସହିତ ଡାଇଟକୁ ମଧ୍ୟ ଫଲୋ କରୁଥିଲେ । ଯେଉଁଥିରେ ନୋ ୱାଟର ଡାଇଟ୍ ସାମିଲ ଥିଲା । ଯେଉଁ କାରଣରୁ ସେ ସୁଟିଂସେଟରେ ବେହୋସ ହୋଇଯାଥିବା ଜଣାପଡିଛି ।

ଚଳିତମାସ ବିବାହ କରିବେ ନାଗା ସୁର୍ଯ୍ୟ:

ମିଳିଥିବା ସୂଚନା ଅନୁଯାୟୀ ନାଗା ସୁର୍ଯ୍ୟ ୨୦ ନଭେମ୍ବର ୨୦୨୨ ରେ ଅନୁଷା ଶେଟ୍ଟୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟ ବାଙ୍ଗାଲୋରରେ ବିବାହ କରିବେ ବୋଲି ଜଣା ପଡିଛି । ନାଗା ଏବଂ ଅନୁଷାଙ୍କ ବିବାହ କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଭିନେତା ନାଗା ସୂର୍ଯ୍ୟ ତାଙ୍କ ବିବାହ କାର୍ଡର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ବିବାହର ଠିକ୍ ୪ ଦିନ ପୂର୍ବରୁ ନାଗାଙ୍କ ସ୍ୱସ୍ଥ୍ୟ ଖରାପ ହେବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପକ୍ଷେ ସାଉଥ ଷ୍ଟାର ନାଗାଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକମାନେ ଉତ୍ସାହିତ ଥିବା ଜଣାପଡିଛି ।

Get real time updates directly on you device, subscribe now.